ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ଼ ମାରିଲେ ଜେଟିପି

ପୁରୀ : ଶ୍ରୀମନ୍ଦିରରେ ଜେଟିପିମାନଙ୍କ ନିର୍ଯ୍ୟାତନା ଅସହ୍ୟ ହେଲାଣି। ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ବାରମ୍ବାର ଜେଟିପିମାନଙ୍କ ନିର୍ଯାତନାର ଶିକାର ହେଉଛନ୍ତି। ଗତକାଲି ମଧ୍ୟ ସେହିପରି ଏକ ଘଟଣା ଘଟିଛି। ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଭକ୍ତଙ୍କୁ ଜଣେ ଜେଟିପି ମାଡ଼ ମାରିଥିବା ନେଇ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ସିଂହଦ୍ବାର ଥାନା ପୁଲିସ ୧୦୬/୨୨ ନମ୍ବରରେ ଏକ ମାମଲା ରୁଜୁ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ବାଲୁଗାଁର ଗୋପବନ୍ଧୁ ନଗରରୁ ଯଯାତି କେଶରୀ ନାୟକଙ୍କ ପତ୍ନୀ ଶାନ୍ତିଲତା ନାୟକ ଗତକାଲି ରାତିରେ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ। ମାତ୍ର ଏହି ସମୟରେ ସଦାଶିବ ପଣ୍ଡା ନାମକ ଜଣେ ଜେଟିପି ତାଙ୍କୁ ଗୁଆ ଖୋଳପାରେ ପିଟିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ଶାନ୍ତିଲତା ସିଂହଦ୍ବାର ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ୩୪୧, ୩୨୩ ଦଫା ଲଗାଇ ଏକ ମାମଲା ରୁଜୁ କରି ଚୁପ୍‌ ହୋଇ ବସିଯାଇଛି।

ସମ୍ବନ୍ଧିତ ଖବର