ଆନ୍ଧ୍ରରେ ମାନସିକ ପୂରଣ କଲେ ବିଧାୟକ ପୂର୍ଣ୍ଣ: ଯେତିକି ଭୋଟ୍‌, ସେତିକି ନଡ଼ିଆ ଭାଙ୍ଗିଲେ

ସୀମାଞ୍ଚଳମ୍‌ ଠାକୁରଙ୍କ ପୀଠରେ ଭଙ୍ଗାଗଲା ୧୫ ହଜାର ନଡ଼ିଆ

ସୋରଡ଼ା : ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍‌ ଠାକୁରଙ୍କ ପୀଠରେ ୧୫ହଜାର ନଡ଼ିଆ ଭାଙ୍ଗି ମାନସିକ ପୂରଣ କରିଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ।

ଗତ ୨୦୧୯ ବିଧାନସଭା ନିର୍ବାଚନରେ ଶ୍ରୀ ସ୍ବାଇଁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପ୍ରାୟ ୧୪,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେତେବେଳେ ସେ ସୀମାଞ୍ଚଳମ୍‌ ମନ୍ଦିରରେ ସେହି ପରିମାଣର ନଡ଼ିଆ ଭାଙ୍ଗିବା ପାଇଁ ମାନସିକ କରିଥିଲେ। ହେଲେ, କୋଭିଡ଼୍‌ କଟକଣା ଏବଂ ବିଭିନ୍ନ କାରଣରୁ ନିଜର ମାନସିକ ପୂରଣ କରିପାରିନଥିଲେ। ଗତ ବୁଧବାର ଦଳୀୟ ସମର୍ଥକଙ୍କ ସହ ବିଧାୟକ ଶ୍ରୀ ସ୍ବାଇଁ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରମୁଖ ଗୁରୁବାର ସକାଳେ ମନ୍ଦିରରେ ପହଞ୍ଚି ୧୫ ହଜାର ନଡ଼ିଆ ଭାଙ୍ଗିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ୨୦୦୯ ଓ ୨୦୧୪ ନିର୍ବାଚନରେ ମଧ୍ୟ ସେ ଯେତିକି ଭୋଟ ବ୍ୟବଧାନରେ ଜିତିଥିଲେ ସେତିକି ନଡ଼ିଆ ବି ସୀମାଞ୍ଚଳମ୍‌ ପୀଠରେ ଭାଙ୍ଗିଥିଲେ।

ସମ୍ବନ୍ଧିତ ଖବର