ଜୁଲାଇ ୫ରେ ହାଇକୋର୍ଟ ଛୁଟି

କଟକ : ରଥଯାତ୍ରା ପରଦିନ ଜୁଲାଇ ୫ ତାରିଖରେ ହାଇକୋର୍ଟ ଛୁଟି ରହିବ। ଆଜି ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶୁକ୍ରବାର ଛୁଟି ଘୋଷଣା କରାଯାଇଥିବା ବେଳେ ବଦଳରେ ୨୦୧୯, ନଭେମ୍ବର ୧୬ ତାରିଖ ଶନିବାର ଦିନକୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜୁଲାଇ ୪ ତାରିଖ ଦିନ ରଥଯାତ୍ରା ପାଇଁ ହାଇକୋର୍ଟ ଛୁଟି ଥିଲା। ରଥଯାତ୍ରା ପରଦିନକୁ ଛୁଟି ଭାବେ ଘୋଷଣା ପାଇଁ ହାଇକୋର୍ଟ ବାର୍ ସଦସ୍ୟମାନେ ଅନୁରୋଧ କରିଥିଲେ। ଏହା ପରେ ଜୁଲାଇ ୫ ତାରିଖକୁ ହାଇକୋର୍ଟ ଛୁଟି ଭାବେ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଜୁଲାଇ ୬ ଶନିବାର ଓ ୭ ରବିବାର ପଡୁଥିବା ବେଳେ ୫ ତାରିଖ ଛୁଟି ଘୋଷଣା ପରେ ହାଇକୋର୍ଟ ଏବେ ଚାରି ଦିନ ଛୁଟି ରହିବ।

ସମ୍ବନ୍ଧିତ ଖବର