ଦୋକାନରୁ ଲୁଟିନେଲେ ଦେଢ଼ଲକ୍ଷ ଟଙ୍କା

ସଇନ୍ତ‌ଳା: ସଇନ୍ତଳା ସଦର ମହକୁମାସ୍ଥିତ ଶ୍ୟାମ ଟ୍ରେଡର୍ସ ଦୋକାନରୁ ଶନିବାର ଦିନ ଦ୍ବିପ୍ରହରରେ ଦେଢ଼ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଏନେଇ ଦୋକାନ ମାଲିକ ଆକାଶ ଅଗ୍ରୱାଲ ସଇନ୍ତଳା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସର ସୂଚନା ଅନୁସାରେ, ସଇନ୍ତଳା ହାଟପଦାର ଶ୍ୟାମ ଟେଡର୍ସ ମାଲିକ ଆକାଶ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ନିଜ ଦୋକାନକୁ ଆସିଥିଲେ।

ଦୋକାନ ଡ୍ରୟରରେ ଟଙ୍କା ରଖି ଦୋକାନରେ ଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଗ୍ରାହକ ସାଜି ଦୋକାନକୁ ଆସି କିଛି ସାମଗ୍ରୀ ଦୋକାନୀଙ୍କୁ ମାଗିଥିଲେ। ଶ୍ରୀ ଅଗ୍ରୱାଲ ଦୋକାନ ଭିତରକୁ ଯାଇ ସାମଗ୍ରୀ ଆଣୁଥିବା ବେଳେ ଡ୍ରୟରକୁ ଭାଙ୍ଗି ସେଠାରେ ଥିବା ଦେଢ଼ ଲକ୍ଷ ଟଙ୍କା ନେଇ ବାଇକରେ ଫେରାର ହୋଇଯାଇଥିଲେ। ଦୋକାନ ମାଲିକ ସେମାନଙ୍କ ପିଛା କରିଥିଲେ ମଧ୍ୟ ଧରି ପାରିନଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର