ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସ ଏବେ ଛୁଟିଦିନ

ଭୁବନେଶ୍ବର : ସାନ୍ତାଳୀ ଭାଷାର ପ୍ରଚାର ତଥା ଅଲ୍‌ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିନକୁ ରାଜ୍ୟ ସରକାର ଛୁଟିଦିନ ଭାବେ ଘୋଷଣା କରିଛନ୍ତି। ପଣ୍ଡିତ ମୁର୍ମୁଙ୍କ ଜନ୍ମଦିନ ବୈଶାଖ ପୂର୍ଣ୍ଣିମା ଦିନ ପଡ଼ୁଥିବାରୁ ଏହାକୁ ସରକାରୀ ଛୁଟିଦିନ ଭାବେ ବିବେଚିତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ ଜରିଆରେ ସୂଚନା ଦିଆଯାଇଛି। ଆସନ୍ତାବର୍ଷ ମେ’ମାସ ୧୬ତାରିଖ ବୈଶାଖ ବା ବୁଦ୍ଧ ପୂର୍ଣ୍ଣିମାରେ ତାଙ୍କ ଜନ୍ମଦିନକୁ ବିଧିବଦ୍ଧ ଭାବେ ସରକାରୀ ଛୁଟି ଦିବସ ଭାବେ ଘୋଷଣା ହୋଇଛି। ୨୦୧୭ ମସିହାରୁ ବୁଦ୍ଧ ପୂର୍ଣ୍ଣିମାକୁ ରାଜ୍ୟ ସରକାର ଇଚ୍ଛାଧୀନ ଛୁଟି ତାଲିକାରେ ସାମିଲ କରି ଆସୁଥିଲେ।

ସମ୍ବନ୍ଧିତ ଖବର