ପ୍ରିଆକ୍ଟିଭ୍ ସିମ୍ ମାମଲା: ବ୍ୟାଙ୍କ ଆକାଉଣ୍ଟରୁ ମିଳିଲା ୧୦ ଲକ୍ଷ

କଟକ : ପ୍ରିଆକ୍ଟିଭ୍ ସିମକାର୍ଡ ମାମଲାରେ କଟକ ସାଇବର୍ ଥାନା ରିମାଣ୍ଡରେ ଆଣିଥିବା ଦୁଇ ସାଇବର୍ ଅପରାଧୀଙ୍କ ଏଜେଣ୍ଟ ବିଶ୍ବଜିତ ପ୍ରଧାନ ଓ ଜ୍ଞାନ ରଞ୍ଜନ ପାତ୍ର ଓରଫ ଜ୍ଞାନର ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ଗଲା ୮ ମାସ ମଧ୍ୟରେ ଜ୍ଞାନର ବ୍ୟାଙ୍କ ଆକାଉଣ୍ଟରେ ୯ ଲକ୍ଷ ଟଙ୍କା କାରବାର ହୋଇଛି। ଏହି ଟଙ୍କା ଗୌହାଟୀରୁ ଆସିଛି। ସେହିଭଳି ବିଶ୍ବଜିତର ବ୍ୟାଙ୍କ ଆକାଉଣ୍ଟରେ ଏକ ଲକ୍ଷ ଟଙ୍କା କାରବାର ହୋଇଛି। ଏହି ଟଙ୍କା ଦିଲ୍ଲୀରୁ ଆସିଛି। ଏମାନେ ୧୪୦ ଟଙ୍କାରେ ପୁରୀରେ ସିମ୍ କିଣିବା ପରେ ଏହାକୁ ଦିଲ୍ଲୀ ଓ ଆସାମର ଦୁଇ ସାଇବର୍ ଏଜେଣ୍ଟଙ୍କୁ ୨୦୦ ଟଙ୍କାରେ ବିକ୍ରି କରୁଥିବା ରିମାଣ୍ଡ ସମୟରେ ପୁଲିସକୁ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ପୁରୀରୁ ଗିରଫ ହୋଇଥିବା ସାଇବର୍ ଅପରାଧୀଙ୍କ ୮ ଜଣ ଏଜେଣ୍ଟଙ୍କୁ କଟକ ସାଇବର୍ ଥାନା ପୁଲିସ ଗିରଫ କରିବା ପରେ ବୁଧବାରଠାରୁ ଦୁଇ ଦିନିଆ ରିମାଣ୍ଡରେ ଜ୍ଞାନ ଓ ବିଶ୍ବଜିତଙ୍କୁ ଆଣିଥିଲା। ଗୁରୁବାର ରିମାଣ୍ଡ ଅବଧି ଶେଷ ହେବା ପରେ ସେମାନଙ୍କୁ ଚୌଦ୍ବାର ସର୍କଲ ଜେଲକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର