ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ: ସୁଶାନ୍ତ କୁମାର ବାରିକ ବୟନିକାର ପରିଚାଳନା ନିର୍ଦ୍ଦେଶକ

ବିରଞ୍ଚି ନାରାୟଣ ମହାନ୍ତି ଏଲିମେଣ୍ଟାରି ନିର୍ଦ୍ଦେଶକ

ଭୁବନେଶ୍ୱର: ବରିଷ୍ଠ ଓଏଏସ୍‌ ସ୍ତରରେ ଶନିବାର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ବାରିକଙ୍କୁ ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଭାର ମିଳିଛି। ବୟନିକାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ସବ୍‌-ଓର୍ଡିନେଣ୍ଟ ଷ୍ଟାଫ୍‌ ସିଲେକସନ୍‌ କମିସନ ସଚିବ ଭାବରେ ବଦଳି ହୋଇଛି। ସେହିଭଳି ‘ମାର୍କଫେଡ’ର ପରିଚାଳନା ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ମହାନ୍ତିଙ୍କୁ ଏଲିମେଣ୍ଟାରି ନିର୍ଦ୍ଦେଶକ ଭାବରେ ବଦଳି ହୋଇଛି।

ବୋର୍ଡ ଅଫ୍‌ ରେଭନ୍ୟୁ, କଟକ ଅତିରିକ୍ତ ସଚିବ ସୁବ୍ରତ ଶତପଥୀଙ୍କ ବୋର୍ଡ ଅଫ୍‌ ରେଭନ୍ୟୁ ଅର୍ଥନୈତିକ ପରାମର୍ଶଦାତା ପଦକୁ ବଦଳି ହୋଇଛି। ଲୋକସମ୍ପର୍କ ବିଭାଗର ଅତିରିକ୍ତ ସଚିବ ସତ୍ୟନାରାୟଣ ଦାସଙ୍କୁ ଏହି ପଦବି ଜାରି ରଖିବେ। ତାଙ୍କୁ ଗତ ଫେବ୍ରୁଆରିରେ ଓଏମବିଏଡିସିକୁ ବଦଳି ହୋଇଥିଲା। ଓଏସ୍‌ଆରଟିସି ମହାପ୍ରବନ୍ଧକ ଜ୍ୟୋତି ରଂଜନ ପ୍ରଧାନଙ୍କ ଓଏମ୍‌ବିଏଡିସି ମହାପ୍ରବନ୍ଧକ ଭାବରେ ବଦଳି ହୋଇଛି। ସେହିପରି ରେଭନ୍ୟୁ ବୋର୍ଡର ଯୁଗ୍ମ ସଚିବ ରୁଦ୍ରପ୍ରସନ୍ନ ସାହୁଙ୍କ ଓଏସ୍‌ଆରଟିସି ମହାପ୍ରବନ୍ଧକ ଭାବରେ ବଦଳି ହୋଇଛି।

ସମ୍ବନ୍ଧିତ ଖବର