ମନ୍ତ୍ରୀ ବିଦା ପରେ କୁଳପତି ସମ୍ମିଳନୀ ସ୍ଥଗିତ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କୁ ନେଇ ଆସନ୍ତା ୧୩ ତାରିଖରେ ହେବାକୁ ଥିବା କୁଳପତି ସମ୍ମିଳନୀକୁ ବାତିଲ୍‌ କରାଯାଇଛି। ଗୋଟିଏ ଦିନରେ ବିଭାଗୀୟ ମନ୍ତ୍ରୀ ରୋହିତ୍‌ ପୂଜାରୀ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ବେଳେ ସଚିବ ବିଷ୍ଣୁପଦ ସେଠୀଙ୍କ ବଦଳି ହୋଇଛି। ତେଣୁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ହେବାକୁ ଥିବା କାଉନସିଲ୍‌ ବୈଠକ ଓ କୁଳପତି ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। କେବେ ବୈଠକ ବସିବ, ସେନେଇ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର