ଲଗାଣ ବର୍ଷାରେ ଘର ଭାଙ୍ଗିଲା

କୋରେଇ : ୪ ଦିନ ଧରି ଲାଗି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ କୋରେଇ ବ୍ଲକ୍ ଅନ୍ତର୍ଗତ ବନ୍ଦାଳୋ ପଞ୍ଚାୟତ ଗହ୍ମାରିଆ ଗ୍ରାମର ତ୍ରୈଲୋକ୍ୟନାଥ ଷଡ଼ଙ୍ଗୀଙ୍କ କଚ୍ଚାଘର ଭାଙ୍ଗିଯାଇଛି। ଘରଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଥିବା ବେଳେ ତାଙ୍କ ପରିବାର ଏବେ ଅନ୍ୟତ୍ର ମୁଣ୍ତ ଗୁଞ୍ଜିଛନ୍ତି।

ବନ୍ଦାଳୋ ସରପଞ୍ଚ ବିଷ୍ଣୁଚରଣ ରଥ ଏହି ପରିବାର ନିକଟରେ ପହଞ୍ଚି ସହାୟତା ଦେଇଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳିନାହିଁ। ତ୍ରୈଲୋକ୍ୟଙ୍କ ପୁଅ ଓ ନାତି ଏହି ଘରେ ରହୁଥିଲେ। ବର୍ଷା ପୂର୍ବରୁ ସେମାନେ ଅନ୍ୟତ୍ର ଚାଲି ଯାଇଥିବାରୁ ରକ୍ଷା ପାଇଯାଇଥିଲେ। ଅତ୍ୟନ୍ତ ଗରିବ ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର