ଡିସେମ୍ବର ପହିଲାରୁ ଗାଡ଼ି କାଗଜପତ୍ର ଯାଞ୍ଚ ପୁଣି କଡ଼ାକଡ଼ି ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ସମୟ ସରି ଆସୁଛି। ମାତ୍ର ୪ ଦିନ ପରେ ପୁଣି ଧରପଗଡ଼ ଆରମ୍ଭ ହୋଇଯିବ। ଡିସେମ୍ବର ପହିଲାରୁ ଗାଡ଼ି କାଗଜପତ୍ର ଯାଞ୍ଚ ପୁଣି କଡ଼ାକଡ଼ି ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିଲା। ପରିବହନ ସଂପର୍କିତ ପ୍ରମାଣପତ୍ର ପ୍ରସ୍ତୁତ ପାଇଁ ଲୋକଙ୍କୁ ତିନି ମାସ କୋହଳ କରାଯାଇଥିଲା କିନ୍ତୁ ଡିସେମ୍ବର ୧ ତାରିଖରୁ ଆଉ ଛଡ଼ା ଯିବ ନାହିଁ।

ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ନିର୍ଦ୍ଧାରିତ ସମୟ ଶେଷ ହୋଇ ଆସୁଥିବାରୁ ଏବେ ପରିବହନ କାର୍ଯ୍ୟାଳୟ ଗୁଡ଼ିକରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଲୋକେ ଲର୍ଣ୍ଣିଂ ଲାଇସେନ୍ସ ଓ ଲାଇସେନ୍ସ ପାଇବା ପାଇଁ ବ୍ୟସ୍ତ ହୋଇପଡୁଛନ୍ତି। ପରିବହନ କାର୍ଯ୍ୟାଳୟଗୁଡ଼ିକରେ ଲାଇସେନ୍ସ ପାଇବା ପାଇଁ ଲୋକଙ୍କର ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି।

ଅଧିକାଂଶ ଗାଡ଼ିଚାଳକମାନେ ପ୍ରଦୂଷଣ ଜନିତ ପ୍ରମାଣପତ୍ର ପ୍ରସ୍ତୁତ କରି ସାରିଛନ୍ତି। କାରଣ ପୂର୍ବଭଳି ଆଉ ପ୍ରଦୂଷଣ କାର୍ଯ୍ୟାଳୟରେ ଆଉ ଭିଡ ରହୁନାହିଁ। ସେହିଭଳି ଲୋକେ ଗାଡ଼ିଗୁଡ଼ିକର ବୀମା ପ୍ରସ୍ତୁତ କରିସାରିଛନ୍ତି। ଯେଉଁମାନେ ଗାଡ଼ି ସଂପର୍କିତ ପ୍ରମାଣପତ୍ର ଏଯାଏଁ ପ୍ରସ୍ତୁତ କରିପାରି ନାହାନ୍ତି, ସେମାନେ ଅଧିକ ବ୍ୟସ୍ତ ହୋଇପଡୁଛନ୍ତି।

ସମ୍ବନ୍ଧିତ ଖବର