ରକ୍ତଦାନ କରି ସ୍ବର୍ଗତ ବିଶ୍ବମ୍ବର ବହିଦାରଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ

ସମ୍ବଲପୁର : ରକ୍ତଦାନ ଜରିଆରେ ବିଶିଷ୍ଟ କ୍ରୀଡ଼ା ପ୍ରତିଭା ସ୍ବର୍ଗତ ବିଶ୍ବମ୍ବର ବହିଦାରଙ୍କୁ ତାଙ୍କ ଦ୍ବାଦଶା ଅବସରରେ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି। ସ୍ବର୍ଗତ ବହିଦାରଙ୍କ ସ୍ମୃତିରେ ସମ୍ବଲପୁର ସହରର ବିଭିନ୍ନ ଅନୁଷ୍ଠାନର ସହଯୋଗରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଅନୁଷ୍ଠିତ ଶିବିରରେ ୬୦ ଜଣ ରକ୍ତଦାନ କରିଥିଲେ। ତାଙ୍କୁ ଭଲ ପାଉଥିବା ତଥା ସମ୍ମାନ ଜଣାଉଥିବା ବହୁ ବ୍ୟକ୍ତି ‌ସ୍ବେଚ୍ଛାକୃତ ଭାବେ ସମ୍ବଲପୁର ସାକ୍ଷୀପଡ଼ାସ୍ଥିତ ସମ୍ବାଦ ଭବନକୁ ଆସି ରକ୍ତଦାନ କରିବା ସହିତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।

ଅନେକ ବ୍ୟକ୍ତି ପୁଣି ଯେଉଁମାନେ ନିକଟରେ ରକ୍ତଦାନ କରିଥିଲେ ଆଉ ସମୟ ହୋଇନଥିବାରୁ ଆଜି ରକ୍ତଦେଇ ପାରିନଥିଲେହେଁ ସେମାନେ ରକ୍ତଦାନ ପାଇଁ ନିଜ ସାଂଗସାଥୀମାନଙ୍କୁ ଧରି ଶିବିରକୁ ଆସିଥିବା ଦେଖିବାକୁ ମିଳିଥିଲା। ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ବି ରକ୍ତଦାନ କରିଥିବା ଦେଖାଯାଇଥିଲା। ବିଷ୍ଣୁ ପ୍ରସାଦ ବହିଦାର, ତାଙ୍କ ପତ୍ନୀ ପ୍ରଣତି ବହିଦାର ଏବଂ ପୁତ୍ରବଧୂ ମୌସୁମୀ ବହିଦାରଙ୍କ ସହିତ ଏକ ସଂଗରେ ଶିବିରରେ ରକ୍ତଦାନ କରିଥିଲେ। ସେହିପରି ପ୍ରାୟତଃ ଏକ ସଂଗରେ ରକ୍ତଦେବାକୁ ପସନ୍ଦ କରୁଥିବା ଦୁଇ ଭଉଣୀ ସୁଜାତା ରାଉତ ଓ ସୁସ୍ମିତା ରାଉତ ମଧ୍ୟ ଆଜି ଏଠାରେ ରକ୍ତଦାନ କରିଥିଲେ।

ତେବେ, ଶିବିର ଆୟୋଜନରେ ସ୍ବାଭିମାନ, ସମଲେଶ୍ବରୀ ଯୁବକ ସଂଘ, ସେବା ଓ ବଜରଂଗ ଦଳର ସଦସ୍ୟମାନଙ୍କ ପ୍ରମୁଖ ଯୋଗଦାନ ରହିଥିଲା। ହୀରାଖଣ୍ଡ ନାଗରିକ ପରିଷଦର ସଭାପତି ପ୍ରଫୁଲ୍ଲ ହୋତା, ଜିଲ୍ଲା କ୍ରୀଡ଼ା ସଂଘର ସଂପାଦକ ସୁନୀଲ ସାହୁ, ଆଥେଲେଟିକ୍ ସଂପାଦକ ବିକାଶ ମିଶ୍ର, ଭିଏଚ୍‌ପି ନେତା ଡାକ୍ତର ରାଜକୁମାର ବଡ଼ପଣ୍ଡା, ‘ସମ୍ବାଦ’ ମୁଖ୍ୟ ସହସଂପାଦକ ଲକ୍ଷ୍ମୀନାରାୟଣ ହୋତା, ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ସ୍ବର୍ଗତ ବହିଦାରଙ୍କ ପ୍ରତି ଶ୍ରଦ୍ଧାଂଜଳି ଅର୍ପଣ ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥି‌ଲେ। ଡାକ୍ତର ପ୍ରଭାସ ଦେବତା, ବରିଷ୍ଠ ସାମ୍ବାଦିକ ରାଜାରାମ ପାଢ଼ୀ, ରାଧେଶ୍ୟାମ ବର୍ମା, ସୁବ୍ରତ ମହାନ୍ତି, ଫଣିନ୍ଦ୍ର ପ୍ରଧାନ, ସେବାର ସଭାପତି ଅମର ତାଣ୍ଡିଆଙ୍କ ସହିତ ସ୍ବେଚ୍ଛାସେବୀ ରାମଦାସ ପଣ୍ଡା, ଆଇନଜୀବୀ ଶ୍ରୀକାନ୍ତ ପାଣିଗ୍ରାହୀ, ଦେଓକିରଣ ପଟ୍ଟନାୟକ, ମୋହନ ଦାଶ, ଅରୁଣ ଦାସ ପ୍ରମୁଖ ମଧ୍ୟ ସ୍ବର୍ଗତ ବହିଦାରଙ୍କ ପ୍ରତି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।

‘ସମ୍ବାଦ’ର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇଙ୍କ ପରିଚାଳନାରେ ଅନୁଷ୍ଠିତ ଶିବିରରେ ଯୁବ ବିଜେଡି ନେତା ଯାମିନୀ ବହିଦାର, ଶୋଭନ ପଟ୍ଟନାୟକ, ସ୍ବେଚ୍ଛାସେବୀ ସମୀର ହୋତା, କୁନ୍ଦନ ପ୍ରଧାନ, ଦେବନ୍ତ ବେହେରା, ପ୍ରକାଶ ପ୍ରଧାନ, ଅର୍ପଣ କୁମାର ଦାଶ, ଅଶ୍ବିନୀ ‌ମେହେର, ପ୍ରଶାନ୍ତ ଭୋଇ, ପ୍ରଭାସ ମଲ୍ଲିକ, କ୍ଷୀରେଶ୍ବର ପ୍ରଧାନ, ପି. ଶ୍ରୀହରି, ବବି ସ୍ବାଇଁ, ଆଜାଦ ହାତୀ, ରାଜୀବ ସିଂ, ସଂଜୀବ ମେହେର, ଚନ୍ଦନ ଦାଶ, ସୋନି ଦୀପ, ବିଶ୍ବଜିତ ନାଗ, ଟିଟୁ ଧ୍ରୁବ, ରାଜା ମହାନନ୍ଦ, ସୁଶାନ୍ତ ରାଉତଙ୍କ ସହିତ ଆମ ଓଡ଼ିଶାର ସଂଯୋଜକ ପ୍ରିୟତୋଷ ମହାନ୍ତି, ‘ସମ୍ବାଦ’ର ଫଟୋ ସାମ୍ବାଦିକ ନରେଶ ଚନ୍ଦ୍ର ସେଠ, ଗିରଜା ଶଙ୍କର ‌ମୁଦୁଲି, ଦେବରାଜ ସାମଲ, ଚନ୍ଦ୍ରଭାନୁ ପଣ୍ଡା, ପ୍ରଶାନ୍ତ ମିଶ୍ର, ହଂସରାଜ ରଣା, ଶେଖ୍ ଅଲ୍‌ତାଫ ପ୍ରମୁଖ ସହଯୋଗ କରିଥିଲେ। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଅଧିକାରୀ ଡ.କଳ୍ପେଶ କକ୍କଡ଼ଙ୍କ ତତ୍ତ୍ବାବଧାନରେ ସନ୍ତୋଷ ଗୌଡ଼, କର୍ମଦେବ ପଟେଲ, ମନବୋଧ ନାଏକ, ରଜତ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର