ଚାଷ କରିବାକୁ ସ୍ବାମୀଙ୍କ ସହ ଜମିକୁ ଯାଉଥିଲେ ମହିଳା: ବାଟରେ ଚଢିଗଲା ଟ୍ରକ୍

ଅନୁଗୁଳ: ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡ଼ିଗଲେ ସ୍ତ୍ରୀ। ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢି଼ଗଲା । ଫଳରେ ଘଟଣା ସ୍ଥଳରେ ହିଁ ଚାଲିଗଲା ଜୀବନ। ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁରେ ଘଟିଛି।

ସୂଚନା ଅନୁସାରେ ଗାଁର ବିଜୟ କୁମାର ମାଝୀ ତାଙ୍କ ସ୍ତ୍ରୀ ବିବୁନା ମାଝୀ (୩୭)ଙ୍କୁ ମୋଟରସାଇକେଲରେ ବସାଇ ଚାଷ କରିବାକୁ ଜମିକୁ ଯାଉଥିଲେ। ସ୍ୱାମୀ ବିଜୟ କୁମାର ଗାଡ଼ି ଚଳାଉଥିବା ବେଳେ ଗାଁ ମୁଣ୍ଡରେ ଥିବା ଏକ ହମ୍ପସରେ ଭାରସାମ୍ୟ ହରାଇ ବିବୁନା ପଡ଼ି ଯାଇଥିଲେ। ସେହି ସମୟରେ ଛେଣ୍ଡିପଦାରୁ ଜରପଡା ଆଡ଼କୁ ଯାଉଥିବା ଏକ ଟ୍ରକ ତାଙ୍କ ଉପରେ ଚଢ଼ିଗଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ଛେଣ୍ଡିପଦା – ଜରପଡ଼ା ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ସମ୍ବନ୍ଧିତ ଖବର