ଯୁବ ସ୍ୱାଭିମାନ ଦିବସ: ମହିଳାଙ୍କୁ ନେଇ ସ୍ୱତନ୍ତ୍ର ଶିବିର, ରକ୍ତଦାନ କଲେ ୭୦

କଟକ : ଅଗଷ୍ଟ ୧୮, ଯୁବ ସ୍ବାଭିମାନ ଦିବସ ପରିପ୍ରେକ୍ଷୀରେ କଟକରେ ବୁଧବାର ଦିନ ଏକ ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜନ ହୋଇଛି। କଟକର ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ କେବଳ ମହିଳାମାନଙ୍କୁ ନେଇ ଆୟୋଜିତ ଏହି ରକ୍ତଦାନ ଶିବିରରେ ୭୦ ଜଣ ମହିଳା ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର, କଟକ ‘ଜୀବନ ବିନ୍ଦୁ’ ସିଟି ସଂଯୋଜକ ଡକ୍ଟର ରଂଜନ କୁମାର ବିଶ୍ବାଳ, କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାରର ନିର୍ଦ୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଇନର ହୁଇଲ୍ କ୍ଲବ୍ ଅଫ୍ କଟକ ମିଡଟାଉନ୍, ସ୍ବୟଂଶ୍ରୀ ମହିଳା ସମବାୟ ସମିତି, କଟକ ମହାନଗର ତୈଳିକ ମହିଳା ସଂଘ, ଦି ହେଲପିଂ ଆଣ୍ଡ୍ ରିଚିଂ ହ୍ୟାଣ୍ଡ୍‌, ପରିତୋଷ ସର୍ଭିସେସ୍ ଏଜେନ୍ସି ଭଳି ସଂଗଠନର ସଦସ୍ୟାମାନେ ଏଥିରେ ରକ୍ତଦାନ କରିଥିବା ବେଳେ ସିଏମ୍‌ସି ସ୍ବାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୂଳିଆ, କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା, କର୍ପୋରେଟର ପୁଷ୍ପିତା ମହାନ୍ତି, ପୂର୍ବତନ ମେୟର ଅନିତା ବେହେରାଙ୍କ ନେତୃତ୍ବରେ ମହିଳାମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସଙ୍କ ନେତୃତ୍ବରେ ସଂସ୍କରଣର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର