ବିଜେଡି ନେତାଙ୍କୁ ବୋମାମାଡ଼

ଧର୍ମଶାଳା : ଧର୍ମଶାଳା ବ୍ଳକ ଯୁବ ବିଜେଡି ସଭାପତି ତଥା ଥାନୁଆଳ ସମିତିସଭ୍ୟ ପ୍ରସନ୍ନ କୁମାର ରାଉତଙ୍କ କାର‌୍‌ ଉପରକୁ ନାକପୋଲ ଲକ୍‌ ଛକରେ ବୋମାମାଡ ହୋଇଛି। ଦୁର୍ବୃତ୍ତଙ୍କ ଅତର୍କିତ ବୋମାମାଡରୁ ପ୍ରସନ୍ନ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋମାମାଡ଼ରେ କାର‌୍‌ର ସମ୍ମୁଖ କାଚ ଭାଙ୍ଗିଯାଇଥିବା ବେଳେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା।

ପ୍ରସନ୍ନ ଶନିବାର ସକାଳ ପ୍ରାୟ ୮.୩୦ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଜାରକା ବିଜେଡି କାର୍ଯ୍ୟାଳୟକୁ ନିଜ କାର‌୍‌ରେ ଯାଉଥିଲେ। ତେବେ କେତେକ ଦୁର୍ବୃତ୍ତ ନାକପୋଲ ଲକ୍‌ ଛକଉପରେ ତାଙ୍କ କାର‌୍‌ ଉପରକୁ ଗୋଟିଏ ହାତବୋମା ଫିଙ୍ଗିଥିଲେ। ଏଥିରେ ତାଙ୍କ ଡାହାଣ ହାତ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଅତର୍କିତ ଆକ୍ରମଣ ପରେ ପ୍ରସନ୍ନ ଦ୍ରୁତଗତିରେ ସେଠାରୁ ଚାଲିଆସିଥିବାବେଳେ ଆକ୍ରମଣକାରୀମାନେ ଫେରାର‌୍‌ ହୋଇଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର