ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଜଣେ ମହିଳା ମାଓବାଦୀ ନିହତ, ବିପୁଳ ପରିମାଣର ମାଓସାମଗ୍ରୀ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନିକଟସ୍ଥ ଦଡକଙ୍ଗିଆ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିହତ ମହିଳା ମାଓବାଦୀଙ୍କ ପରିଚୟ ମିଳିପାରି ନଥିଲା। ଘଟଣାସ୍ଥଳରୁ ପୁଲିସ ୪ଟି ବନ୍ଧୁକ, ଗୁଳିଗୋଳା, ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଲ୍ୟାଣ୍ଡ ମାଇନ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି।

ସୂଚନାଯୋଗ୍ୟ, ଏବେ ବି ଘଟଣାସ୍ଥଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏଥିରେ ଏସଓଜି ଓ ସିଆରପିଏଫର କୋବ୍ରା ଯବାନ ନିଯୋଜିତ ଅଛନ୍ତି ।

ସମ୍ବନ୍ଧିତ ଖବର