ନିଜାମୁଦ୍ଦିନ ସମାବେଶ ବିବାଦ ଥମୁନି

କିଛି ଲୋକଙ୍କ ପାଇଁ ସମଗ୍ର ସଂପ୍ରଦାୟକୁ ଦୋଷ ଦିଆନଯାଉ: ଭାଗବତ
ପ୍ରଶାସନକୁ ସମସ୍ତେ ସହ‌େଯାଗ କରନ୍ତୁ: ମୁସଲିମ ଧର୍ମଗୁରୁ

ଭୁବନେଶ୍ବର : ଘାତକ କରୋନା ଭାଇରସ ଯୋଗୁଁ ଦେଶରେ ୨୬ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୮୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ ସରକାରୀ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରେ ୩୦ ଭାଗ ହେଉଛନ୍ତି ମୁସଲିମ ତବଲିଗୀ ଗୋଷ୍ଠୀ ଯାହାଙ୍କୁ ଜମାତୀ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ତଥ୍ୟ କହୁଛି ଯେ କରୋନାକୁ ନିୟନ୍ତ୍ରଣ କରିବା ଲାଗି ଜୋରଦାର ଉଦ୍ୟମ ଚାଲିଥିବା ବେଳେ ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରେ ସଂଗଠନର ସମାବେଶ ପରିସ୍ଥିତିକୁ ଗୁରୁତର କରିଦେଇଥିଲା। କରୋନା ମହାମାରୀକୁ ନେଇ ସାରା ବିଶ୍ବରେ ହାହାକାର ଲାଗି ରହିଥିବା ବେଳେ ମାର୍ଚ ମାସ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ନିଜାମୁଦ୍ଦିନ‌େର ଏଭଳି ସମାବେଶର ଆୟୋଜନ କରି କରି ନିଶ୍ଚିତ ରୂପେ ଆୟୋଜକମାନେ ନିଜର ଦାୟିତ୍ବହୀନତାର ପରିଚୟ ଦେଇଛନ୍ତି। ଏସଂପର୍କରେ ସେମାନଙ୍କର କୌଣସି ସଫେଇ ଗ୍ରହଣଯୋଗ୍ୟ ନୁହେଁ। କାରଣ ସେହି ସମୟରେ କେତେକ ଆରବ ରାଷ୍ଟ୍ର ମଧ୍ୟ ଏଭଳି ସମାବେଶ ଉପରେ କଟକଣା ଜାରି କରିବା ସହିତ ମସଜିଦକୁ ଏଥିରେ ସାମିଲ କରିଥିଲେ। କିନ୍ତୁ ଦିଲ୍ଲୀ ମର୍କଜରେ ଦେଶବିଦେଶରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ। ଏଥିରେ କରୋନା ପ୍ରଭାବିତ ଦେଶର ‌ନାଗରିକ ମଧ୍ୟ ଥିଲେ। ଯେଉଁଥିପାଇଁ କି ସଂକ୍ରମଣ ବ୍ୟାପିବାକୁ ଲାଗିଲା। ତେବେ ଏଥିଲାଗି ସଂସ୍ଥାର ସାଧାରଣ ଭକ୍ତ ନୁହେଁ, ଆୟୋଜକମାନେ ହିଁ ଦାୟୀ।

କରୋନା ଲଢ଼େଇରେ ଦେଶବାସୀ ଏକଜୁଟ ହୋଇ ଲଢ଼ୁଥିବା ବେଳେ କେତେକ ଟିଭି ଚାନେଲ ଏବଂ ସାମାଜିକ ଗଣମାଧ୍ୟମରେ ସମଗ୍ର ମୁସଲିମ ସଂପ୍ରଦାୟକୁ ଯେଭଳି ଚିତ୍ରଣ କରାଯାଉଛି ତାହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଅନେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ଇତିମଧ୍ୟରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ସତର୍କ କରାଇ ଦେଇଛନ୍ତି ଯେ କିଛି ଲୋକଙ୍କର ଭୁଲ ପାଇଁ ସମଗ୍ର ସଂପ୍ରଦାୟକୁ ଦୋଷ ଦିଆଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ ଏଭଳି ପରିସ୍ଥିତିରୁ କିଛି ‌େଲାକ ଫାଇଦା ଉଠାଇକୁ ଯାଇ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ତିକ୍ତତା ସୃଷ୍ଟି କରିପାରନ୍ତି। ଏମାନଙ୍କ ପ୍ରତି ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ତେବେ ଏହି ସମାବେଶ ପାଇଁ ଉଭୟ ଦିଲ୍ଲୀ ପୁଲିସ ଓ ଜମାତୀ ଦାୟୀ ବୋଲି ବିଭିନ୍ନ ଦଳର ନେତା ଓ ଧର୍ମଗୁରୁଙ୍କ ମତ। କାରଣ ଭାରତ ସରକାରଙ୍କ କଟକଣା ସତ୍ତ୍ବେ ଦିଲ୍ଲୀରେ ଏତେବଡ଼ ସମାବେଶକୁ ପୁଲିସ କିପରି ଅଣଦେଖା କଲା? ଯଦି ସେହି ସମୟରେ ଏଭଳି ସମାବେଶକୁ ପୁଲିସ ରୋକିଥାନ୍ତା, ତାହେଲେ ଆଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିନଥାନ୍ତା। ସେହିଭଳି ଘଟଣା ପ୍ରଘଟ ହେବାପରେ ସମାବେଶ‌େର ସାମିଲ ହୋଇଥିବା ଭକ୍ତମାନେ ସରକାରଙ୍କ ପରାମର୍ଶକୁ ଗ୍ରହଣ କରି ନିଜର ପଞ୍ଜୀକରଣ କରାଇବା ସହିତ କରୋନା ପରୀକ୍ଷା କରିବାକୁ ଆଗେଇ ଆସିଥିଲେ ସେମାନଙ୍କୁ ଆଜି ଏଭଳି ଅପବାଦ ମୁଣ୍ଡାଇବାକୁ ପଡ଼ି ନଥାନ୍ତା। ଏକ୍ଷେତ୍ରରେ ଓଡ଼ିଶାର ଜମାତୀମାନେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ପଞ୍ଜୀକରଣ କରାଇବା ସହିତ କ‌େରାନା ପରୀକ୍ଷା କରାଇ ନିଜକୁ ସଂଗରୋଧରେ ରଖିଛନ୍ତି।

କୌଣସି ରାଜନୈତିକ ଦଳ ବା ସଂଗଠନ ସହିତ ସଂପର୍କ ରଖି ନଥିବା ଏହି ଜମାତୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜ ମଧ୍ୟରେ ସଂସ୍କାର ଆଣିବା ଏବଂ ନିଜ ଚରିତ୍ର ଓ ଆଚରଣକୁ ସୁଧାରିବା। ଏବେ ବି ସେମାନଙ୍କ ପାଖରେ ସମୟ ଅଛି। ସେମାନେ ଆଗେଇ ଆସନ୍ତୁ ଏବଂ ନିଜ ଆଡ଼ୁ ପ୍ରଶାସନକୁ ମନପ୍ରାଣ ଦେଇ ସହଯୋଗ କରନ୍ତୁ। ସେମାନେ ସ୍ବେଚ୍ଛାସେବୀର ଭୂମିକା ଗ୍ରହଣ କରନ୍ତୁ। କରୋନା ଲକ ଡାଉନ୍ ଯୋଗୁଁ ଯେଉଁମାନେ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ସବୁ ପ୍ରକାର ସହାୟତା କରନ୍ତୁ। ଏହା ହିଁ ‌େହଉଛି ଧର୍ମର ମୂଳତନ୍ତ୍ର ବୋଲି ଅନେକ ବରିଷ୍ଠ ମୁସଲିମ ଧାର୍ମିକ ନେତା ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର