କୋରାପୁଟ: କୋରାପୁଟରୁ ଧୁସୁରା ଗୁଡା ଗାଡିରେ ଯାଉଥିବାବେଳେ ଧୁସୁରା ଗୁଡା ଜଗୁଆଳି ବିହିନ ଲେବଲ କ୍ରସିଂ ରେ ମାଲବାହୀ ଟ୍ରେନ ଧକ୍କାରେ ସ୍କ୍ରୋପିଓ ଗାଡି ଚୁରମାର ହୋଇଯାଇଛି। ସ୍କ୍ରୋପିଓ ଗାଡିର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଡ୍ରାଇଭରକୁ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଜମାଲ କେଲାନୀ ଶେଖ ହବିବ୍ଙ୍କ ପୁଅ ଶେଖ୍ ଜହୁର(୩୨) ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରା୍ୟ ୧୧ଟାବେଳେ କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଲୁହାପଥର ବୋଝେଇ ମାଲବାହୀ ଟ୍ରେନ ଯାଉଥିବାବେଳେ ମାନବାର ଷ୍ଟସେନ ନିକଟ ବିନ୍ଧିଗୁଡା ଗାଁ ନିକଟରେ ଦୁର୍ଘଟଣା ହୋଇଛି । ଖବର ପାଇ ପୁଲିସ ଓ ଜିଆରପି ପହଞ୍ଚି ଉଦ୍ଧାର କରିଥିବା ଜଣାପଡିଛି ।