କଟକ : ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ଜୟନ୍ତ ମହାପାତ୍ର କରୋନାରେ ସଂକ୍ରମିତ ହୋଇ ଏସ୍ସିବି କୋଭିଡ୍ ହସ୍ପିଟାଲ୍ର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
Hon’ble Governor is concerned to learn about the hospitalization of eminent poet and litterateur Padmashree Jayant Mohapatra after testing positive for #Covid. He wishes speedy recovery and good health of poet Mohapatra.
— Governor Odisha (@GovernorOdisha) June 1, 2021
ସେପଟେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଶ୍ରୀ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ବିଶିଷ୍ଟ କବି ଶ୍ରୀ ଜୟନ୍ତ ମହାପାତ୍ର କୋଭିଡ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ଅବଗତ ହେଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) June 1, 2021
ସୂଚନାଯାଗ୍ୟ, କବି ଶ୍ରୀ ମହାପାତ୍ର କଟକ ତିନିକୋଣିଆ ବଗିଚାସ୍ଥିତ ତାଙ୍କ ବାସଭବନରେ ଏକାକୀ ରୁହନ୍ତି। ଜଣେ ମହିଳା ପରିଚାରିକା ତାଙ୍କର ଦେଖାଶୁଣା କରନ୍ତି। ୩/୪ଦିନ ହେଲା ତାଙ୍କର ଥଣ୍ଡା, କାଶ ସହ ଜ୍ବର ହୋଇଥିଲା। ତାଙ୍କୁ ନିୟମିତ ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ ପଣ୍ଡାଙ୍କ ସହିତ ସେ ଯୋଗାଯୋଗ କରିଥିଲେ। ତାଙ୍କୁ ୯୩ ବର୍ଷ ହୋଇଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଡାକ୍ତର ପଣ୍ଡା ତାଙ୍କୁ ପରାମର୍ଶ ଦେଇଥିଲେ। ବଡ଼ ମେଡିକାଲରେ ଏକ ସ୍ବତନ୍ତ୍ର ଟିମ୍ ଗତକାଲି ମଧ୍ୟାହ୍ନରେ ତାଙ୍କୁ ତିନିକୋଣିଆ ବଗିଚାସ୍ଥିତ ବାସଭବନରୁ ବଡ଼ମେଡିକାଲ କୋଭିଡ୍ ହସ୍ପିଟାଲ୍କୁ ନେଇଥିଲେ। ସେଠାରେ ତାଙ୍କର କୋଭିଡ୍ ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ୍ ଜଣାପଡ଼ିଥିଲା। ଏବେ ସେ କୋଭିଡ୍ ହସ୍ପିଟାଲର ଆଇସିୟୁ ୟୁନିଟ୍ରେ ରହି ଚିକିତ୍ସିତ ହେଉଛନ୍ତି।