ଦୁଇ ଦିନିଆ ଜମ୍ମୁ ଗସ୍ତରେ ସେନା ମୁଖ୍ୟ ଜେନେରାଲ, କଶ୍ମୀରର କିଛି ଅଂଶରେ ସ୍ଥଗିତ ହେଲା ମୋବାଇଲ୍ ଇଣ୍ଟରନେଟ୍ ସେବା
ଜମ୍ମୁ: ଦୁଇ ଦିନିଆ ଜମ୍ମୁ ଗସ୍ତରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରଭାଣେ। ପୁଞ୍ଚ-ରଜୌରୀ ସେକ୍ଟରରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ ମଧ୍ୟରେ ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାନେ ଆଜି ଦୁଇ ଦିନିଆ ଜମ୍ମୁ ଗସ୍ତରେ ଯାଇଛନ୍ତି। ଦୁଇ ଦିନିଆ ଗସ୍ତରେ ସେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଅଞ୍ଚଳ ପରିଦର୍ଶନ କରିବେ ଏବଂ ସେଠାରେ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନ ବିଷୟରେ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସୂଚନା ଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ କିଛି ଦିନ ହେବ ଆତଙ୍କବାଦୀମାନେ ସାଧାରଣ ନାଗରିକମାନଙ୍କୁ ଟାର୍ଗେଟ କରୁଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ ଗୃହ ମନ୍ତ୍ରାଳୟ ସିଆରପିଏଫ ଡିଜି କୁଲଦୀପ ସିଂଙ୍କୁ ଜମ୍ମୁ-କଶ୍ମୀରକୁ ପଠାଇଛି। ଆଇବି, ଏନଆଇଏ, ଆର୍ମି ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଜମ୍ମୁ-କଶ୍ମୀରରେ ପହଞ୍ଚି ପ୍ରତ୍ୟେକ ଗୁପ୍ତଚର ନିବେଶ ଉପରେ ନଜର ରଖିଛନ୍ତି।
ଅନ୍ୟପକ୍ଷରେ ଆଜି ସତର୍କତାମୂଳକ ପଦକ୍ଷେପ ଭାବରେ କଶ୍ମୀରର କିଛି ଅଂଶରେ ମୋବାଇଲ୍ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି। ଶ୍ରୀନଗରର ଆଙ୍କର, ଇଦଗାହ, କମାରୱାରୀ, ସୌରା, ଏମଆର ଗୁଙ୍ଗ, ନୋହାଟା, ସଫାକାଡାଲ, ବଗିଆସ୍, ୱାହପୋହ, କାଇମୋହ ଏବଂ ପୁଲୱାମାର ଲିଟରରେ ମୋବାଇଲ୍ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି।