ଭୁବନେଶ୍ବର: ଟାଙ୍ଗୀ ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀସାଗର କମ୍ୟୁନିଟି ହଲ୍ରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ୧୯୪୭ ମସିହା ବ୍ୟାଚ୍ର ଭ୍ରମରବର ସ୍ବାଇଁ, ୧୯୫୩ ବ୍ୟାଚ୍ର କୃଷ୍ଣଚନ୍ଦ୍ର ସାହୁ, ୧୯୬୦ ବ୍ୟାଚ୍ର ଶରତଚନ୍ଦ୍ର ଦାଶ, ୧୯୬୧ ବ୍ୟାଚ୍ର ଭୁବନାନନ୍ଦ ଦାଶ, ୧୯୬୬ ମସିହା ବ୍ୟାଚ୍ର କଳ୍ପଲତା ପତି ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଯ୍ୟକ୍ରମରେ ହୃଷୀକେଶ ସାହୁ ସଂଗୀତ ପରିବେଷଣ କରିଥିଲେ। ଲିଙ୍ଗରାଜ ହାତୀ ଧନ୍ୟବାଦ ଦେଇଥିଲେ। ମହେଶ ଚନ୍ଦ୍ର ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜୟ କୁମାର ସାହୁ ସହଯୋଗ କରିଥିଲେ।