ନିମ୍‌ସ ପକ୍ଷରୁ ଫିଜିଓ ଫେଷ୍ଟ-୨୦୨୨ ଉଦ୍‌ଘାଟିତ

ଭୁବନେଶ୍ବର: ନୀଳାଚଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ(ନିମ୍‌ସ) ପକ୍ଷରୁ ଫିଜିଓ ଫେଷ୍ଟ- ୨୦୨୨ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଦିନରେ ପୁରୀର ଗୋବିନ୍ଦପୁର ଗ୍ରାମ ପଞ୍ଚାୟତରେ ମାଗଣା ଫିଜିଓଥେରାପି ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ସ୍ବାସ୍ଥ୍ୟ ଶିବିରରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ନିମ୍‌ସର ଅଧ୍ୟକ୍ଷ ଦାମୋଦର ପତି, ନିମ୍‌ସ ଫିଜିଓଥେରାପି କଲେଜ ଅଧ୍ୟକ୍ଷ ଡ. ଉମାଶଙ୍କର ଦାଶ, ଉପାଧ୍ୟକ୍ଷ ଡ. ବିକ୍ରମ କୁମାର ସାହୁ, ଡ. ଚିନ୍ମୟୀ ବେହୁରୀ ଏବଂ ଡ. ଦିବ୍ୟ ପ୍ରିୟଦର୍ଶୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରେ ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମର ଲୋକମାନେ ଯୋଗ ଦେଇ ଚିକିତ୍ସା କରାଇଥିଲେ।

ଦ୍ବିତୀୟ ଦିନରେ ଫିଜିଓଥେରାପି ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବ। ସେହିପରି ଆସନ୍ତା ୮ତାରିଖରେ ଅନୁଷ୍ଠାନ ପକ୍ଷରୁ ରୋଟାରି ଭବନ ଠାରେ ବିଶ୍ବ ଫିଜିଓଥେରାପି ଦିବସ ପାଳ​ନ କରାଯିବ। ଏଥିରେ ଡାକ୍ତର ସନ୍ଦୀପ ସିଂହ, ଡା. ଦୀପକ ମହାପାତ୍ର, ଡା. ମୁକ୍ତି ପ୍ରସାଦ ଦାଶ, ଗ୍ଲୋବାଲ୍‌ ଫିଜିଓ ଇଣ୍ଡିଆ ଅଧ୍ୟକ୍ଷ ନଳିନୀକାନ୍ତ ମିଶ୍ର, ଚାର୍ମ ଫିଜିଓଥେରାପି ଆଣ୍ଡ ୱେଲ୍‌ନେସ୍‌ କ୍ଲିନିକ୍‌ ଅଧ୍ୟକ୍ଷ ଡା. ରାକେଶ ରଂଜନ ନନ୍ଦ ପ୍ରମୁଖ ଯୋଗଦେଇ ଫିଜିଓଥେରାପି ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଆଲୋଚନା କରିବେ।

ସମ୍ବନ୍ଧିତ ଖବର