ଆମାଜନ୍‌ ‌ସେଲ୍‌ରେ ମିଳୁଛି ବମ୍ପର୍‌ ଅଫର୍‌: ଶସ୍ତାରେ କିଣନ୍ତୁ ସ୍ମାର୍ଟ ଟିଭି

ମୁମ୍ବାଇ: ଆପଣ ସ୍ମାର୍ଟ ଟିଭି କିଣିବାକୁ ଚାହାନ୍ତି କି? ଯଦି ଆପଣ ଅଫର୍ ସମୟରେ ଏକ ସ୍ମାର୍ଟ ଟିଭି କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ ଏଠାରେ ଏକ ସୁବିଧା ପାଇ ପାଇବେ। ଆମାଜନରେ ଏବେ କିଛି ଆକର୍ଷଣୀୟ ଅଫର୍‌ ମିଳୁଛି। ଯାହାର ଫାଇଦା ଉଠାଇ ଆପଣ ଅନେକ ସ୍ମାର୍ଟଟିଭି କିଣିପାରିବେ। ଏହି ଅଫର୍‌ ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ ଚାଲିବ।

ଏହି ସେଲ୍‌ରେ ସାମ୍‌ସଙ୍ଗ୍‌, ସୋନି, ଟିସିଏଲ୍‌, ୟୁଭି, ରେଡ୍‌ମି ଏବଂ ଅନ୍ୟ ବ୍ରାଣ୍ଡ୍‌ର ଟିଭିକୁ କିଣିପାରିବେ। ଅଫର୍‌ ଜରିଆରେ ଗ୍ରାହକଙ୍କୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍‌କ୍ଷଣାତ ରିହାତି ମିଳିଯିବ। ଏହି ସୁବିଧା ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ଉପରେ ମିଳିବ।

ଆପଣ ବୋଧହୁଏ ଏହି ଆଶ୍ଚର୍ଯ୍ୟଜନକ ରିହାତି ଡିଲକୁ ହାତଛଡା କରିବାକୁ ଚାହୁଁନଥିବେ। ଯଦି ଆପଣ ହଜାର ହଜାର ଟଙ୍କା ଲାଭ‌ରେ ରହିବାକୁ ଚାହାନ୍ତି ତ ନିଶ୍ଚିତ ଭାବରେ ଏହି ଅଫରଗୁଡିକର ଯାଞ୍ଚ କରନ୍ତୁ। ନୋ କଷ୍ଟ୍‌ ଇଏମ୍‌ଆଇ ଭଳି ବିକଳ୍ପଗୁଡ଼ିକର ସାହାଯ୍ୟରେ ଆପଣ ଆରାମରେ ଟିଭି କିଣିପାରିବେ।

ସେଲ୍‌ରେ ଆପଣ ସାମ୍‌ସଙ୍ଗର୍‌ ୫୫ ଇଞ୍ଚ୍‌ର ଅଲ୍‌ଟ୍ରା ଏଚ୍‌ଡି ସ୍ମାର୍ଟ ଓଏଲ୍‌ଇଡି ଟିଭି କିଣିପାରିବେ। ଏଥିରେ ଆପଣ ପତଳା ଡିଜାଇନ୍‌ରୁ ନେଇ ଭଲ ରଂଗର ଟିଭି ପାଇପାରିବେ। ଆସର୍‌ ଗୁଗୁଲ୍‌ ଟିଭି ନିଜ ବଜେଟ୍‌ ଅନୁସାରେ ଏହି ସମୟରେ କିଣିପାରିବେ। ୨୫ ଇଞ୍ଚିଆ ସ୍କ୍ରିନ୍‌ର ଟିଭି ୩୦ୱାଟ୍‌ ସ୍ପିକର୍‌ ସହ ଆସିବ। ଏଥିରେ ଗୁଗୁଲ୍‌ ଟିଭି ବି ସମର୍ଥନ କରିବ। ଏହାର ଦର ରହିଛି ୧୭,୯୯୯ ଟଙ୍କା।

ସମ୍ବନ୍ଧିତ ଖବର