ସକାଳୁ ଉଠୁ ଉଠୁ ମୁହଁ ନ ଧୋଇ ପ୍ରଥମେ ଏହା ପଢ଼ନ୍ତି ଆପଲ ମୁଖ୍ୟ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିରେ ଆପଲ୍ ସମଗ୍ର ବିଶ୍ୱରେ ବେଶ ଲୋକପ୍ରିୟ | ଅଧିକାଂଶ ଲୋକ ଆପଲ ଫୋନ ବ୍ୟବହାର କରିବାକୁ ସ୍ବପ୍ନ ଦେଖିଥାନ୍ତି | ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଏତେ ବଡ କମ୍ପାନୀର ସିଇଓ ତାଙ୍କ ଦିନ କିପରି ଆରମ୍ଭ କରନ୍ତି? ଆପଣ ଭାବୁଥିବେ ଯେ ସକାଳୁ ଉଠିବା ପରେ ଅନ୍ୟ ବଡ କମ୍ପାନୀର ସିଇଓଙ୍କ ଭଳି ସେ ବ୍ୟାୟାମ କରୁଥିବେ ବା ଜିମ୍ ଯାଉଥିବେ | କିନ୍ତୁ ଆପଲ ସିଇଓ ସକାଳୁ ଉଠି ଏଭଳି କିଛି ପଢ଼ନ୍ତି ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ ଆପଲ୍ ସିଇଓ ଟିମ୍ କୁକ ତାଙ୍କ ଦିନକୁ ଏକ ଭିନ୍ନ ଉପାୟରେ ଆରମ୍ଭ କରନ୍ତି |

ରିପୋର୍ଟ ଅନୁଯାୟୀ, ଆପଲ୍ ସିଇଓ ଟିମ୍ କୁକ୍ ପ୍ରତିଦିନ ସକାଳ ୫ଟାରେ ଉଠନ୍ତି ଏବଂ ଉଠିବା ପରେ ସେ ଉପଭୋକ୍ତାଙ୍କ ମତାମତ ଏବଂ ଇ-ମେଲ୍ ପଢ଼ନ୍ତି | ଅର୍ଥାତ ଆପଲର ଫୋନ, ଲାପଟପକୁ ନେଇ ଲୋକମାନେ କଣ ସବୁ ମତାମତ ବା ପରାମର୍ଶ ଦିଅନ୍ତି ତାହା ପଢ଼ନ୍ତି | ଆପଲ ୟୁଜର୍ସ କମ୍ପାନୀ ପକ୍ଷରୁ ମିଳୁଥିବା ସେବାକୁ ନେଇ କେତେ ଖୁସି ଅଛନ୍ତି ବା ସେବାକୁ ନେଇ କଣ ଅଭିଯୋଗ ରହିଛି, ତାହା ଜାଣିବାକୁ ଚେଷ୍ଟା କରନ୍ତି |

ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସିବ ଯେ ଟିମ୍ କୁକ୍ ଏଭଳି କାହିଁକି କରନ୍ତି ? ଏନେଇ ଟିମ କହିଛନ୍ତି ଯେ ସକାଳେ ଗ୍ରାହକଙ୍କ ମତାମତ ପଢିବା ତାଙ୍କୁ ପ୍ରେରଣା ଯୋଗାଇଥାଏ ଏବଂ ଲୋକଙ୍କ ମତାମତ ତାଙ୍କୁ ନୂତନ ଉତ୍ପାଦ ଉପରେ କାମ କରିବାରେ ସାହାଯ୍ୟ କରିଥାଏ |

ସମ୍ବନ୍ଧିତ ଖବର