ଇ-କମର୍ସ କ୍ଷେତ୍ର ପାଇଁ ନିୟାମକ ସଂସ୍ଥା ଗଠନ ହୋଇପାରେ

ନୂଆଦିଲ୍ଲୀ : ଇ-କମର୍ସ କ୍ଷେତ୍ର ଲାଗି ଏକ ନିୟାମକ ସଂସ୍ଥା ଗଠନ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ଏହି କ୍ଷେତ୍ରକୁ ନେଇ ଦେଖାଦେଉଥିବା ବିବାଦର ତ୍ବରିତ ସମାଧାନ ଦିଗରେ ଏହି ସଂସ୍ଥା ପ୍ରଭାବୀ ସାବ୍ୟସ୍ତ ହୋଇପାରିବ। ଇ-କମର୍ସ କଂପାନିଗୁଡ଼ିକ ନିୟମ ଉଲ୍ଲଂଘନ କରି କାରବାର କରୁଛନ୍ତି ବୋଲି ଅନେକ ସମୟରେ ବ୍ୟବସାୟୀ ସଂଘଗୁଡ଼ିକ ଅଭିଯୋଗ କରୁଛନ୍ତି। ନିକଟରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଏକ ପ୍ରତିନିଧି ଦଳ ସରକାରଙ୍କୁ ଭେଟି ଇ-କମର୍ସ କଂପାନିଗୁଡ଼ିକ ଦ୍ବାରା ହେଉଥିବା ସମସ୍ୟା ବିଷୟରେ ଆଲୋଚନ କରିଥିଲେ। ସେହି ବୈଠକ ପରେ ଏକ ସ୍ବତନ୍ତ୍ର ନିୟାମକ ସଂସ୍ଥା ଗଠନ କରିବା ବିଷୟରେ ସରକାର ବିଚାର କରିବା ଆରମ୍ଭ ରିଛନ୍ତି।

ସମ୍ବନ୍ଧିତ ଖବର