ନିବେଶକଙ୍କ ଲାଭ ୨.୫ ଲକ୍ଷ କୋଟି: ସେନସେକ୍ସରେ ୯୪୧ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ସେୟାର ବଜାରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ସେନସେକ୍ସ ୯୪୧.୧୨ ପଏଣ୍ଟ ବୃଦ୍ଧି ପାଇ ୭୪,୬୭୧.୨୮ ପଏଣ୍ଟରେ ପହଞ୍ଚିଛି। ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ସର୍ବକାଳୀନ ରେକର୍ଡ ୪୦୬.୫୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ଆଜି ଗୋଟିଏ ଦିନରେ ନିବେଶକଙ୍କ ସଂପତ୍ତି ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। କମ୍ପାନିଗୁଡ଼ିକର ତ୍ରୟମାସିକ ଫଳାଫଳ ଭଲ ରହିବା ସମେତ ଅନ୍ୟାନ୍ୟ କାରଣରୁ ଭାରତୀୟ ‌ଷ୍ଟକ ବଜାର ଆଜି ଉପରକୁ ଉଠିଥିବା କୁହାଯାଉଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାରଠାରୁ ଦୁଇ ଦିନିଆ ମୁଦ୍ରା ନୀତି ବୈଠକ ଆରମ୍ଭ ହେବ। ସୁଧ ହାରରେ କୌଣସି ପରିବର୍ତ୍ତନ ଯଦିଓ ଆଶା କରାଯାଉ ନାହିଁ ତଥାପି ଅନ୍ତର୍ଜାତୀୟ ସ୍ତରରେ ଉକ୍ତ ବୈଠକ ଉପରେ ନିବେଶକମାନଙ୍କ ନଜର ରହିଛି। ଆଇସିଆଇସିଆଇ ବ୍ୟାଙ୍କ ଠାରୁ ଆରମ୍ଭ କରି ଭାରତୀୟ ଷ୍ଟେଟ ବ୍ୟାଙ୍କ, ଇଣ୍ଡସଇଣ୍ଡ୍‌ ବ୍ୟାଙ୍କ, ଅଲ୍ଟ୍ରାଟେକ୍ ସିମେଣ୍ଟ, ଏକ୍ସିସ ବ୍ୟାଙ୍କ, ଏନ୍‌ଟିପିସି, କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ, ଟିସିଏସ, ବଜାଜ୍‌ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ସନ୍‌ ଫାର୍ମା ଆଦିର ସେୟାର ମୂଲ୍ୟରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର