କ୍ୟୁ୧ ହସ୍ପିଟାଲରେ ରୋବୋଟିକ୍‌ ଆଣ୍ଠୁଗଣ୍ଠି ପ୍ରତିରୋପଣ

ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ କ୍ୟୁ୧ ହସ୍ପିଟାଲ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି। ହସ୍ପିଟାଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ତଥା ଦେଶର ଖ୍ୟାତନାମା ଆଣ୍ଠୁଗଣ୍ଠି ପ୍ରତିରୋପଣ ବିଶେଷଜ୍ଞ ଡାକ୍ତର ରମଣ ମୂର୍ତ୍ତି ଟି. ଅତ୍ୟାଧୁନିକ ରୋବୋ‌ଟିକ୍‌ ଆଣ୍ଠୁଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର କରି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଡାକ୍ତର ରମଣ ମୂର୍ତ୍ତି କହିଛନ୍ତି, ରୋଗୀଙ୍କ ଚିକିତ୍ସା ଓ ସନ୍ତୁଷ୍ଟିକୁ ନେଇ ଆମେ ପ୍ରତିଶ୍ରୁତିବଦ୍ଧ। ଆମ ନିକଟରେ ୭ଟି ଅତ୍ୟାଧୁନିକ ଲାମିନାର ଫ୍ଲୋ ମଡ୍ୟୁଲାର ଅପରେସନ ଥିଏଟର, ଅତ୍ୟାଧୁନିକ ସର୍ଜିକାଲ ଆଇସିୟୁ ରହିଛି। ପ୍ରଯୁକ୍ତି ଓ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେଇ ରୋଗୀଙ୍କୁ ସେବା ଯୋଗାଇବା ଉପରେ ଆମେ ବିଶ୍ବାସ କରୁ। ରୋବୋଟିକ୍ ଆଣ୍ଠୁଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର ଦ୍ବାରା ଆମେ ଆନ୍ଧ୍ର ପ୍ରଦେଶ ଏବଂ ବାହାରେ ଅସ୍ଥି ଚିକିତ୍ସା କ୍ଷେତ୍ରରେ ନୂଆ ସଂଜ୍ଞା ରଚିବା ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ଏଥିସହିତ ବୋନ୍‌ ଗ୍ରାଫ୍ଟିଂ ସମେତ ହାଡ଼ ଜନିତ ଅନ୍ୟାନ୍ୟ ଜଟିଳ ରୋଗର ଚିକିତ୍ସା ଏଠାରେ କରାଯାଉଛି।

ସମ୍ବନ୍ଧିତ ଖବର