ବୁର୍ଖା ପିନ୍ଧିଥିବା ମହିଳାଙ୍କୁ ରେସ୍ତୋରାଁରେ ପ୍ରବେଶ ନକରାଇବା କର୍ମଚାରୀଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ବହରିନର ରାଜଧାନୀ ମନାମାରେ ଏକ ଜଣାଶୁଣା ଅଡଲିଆ ରେସ୍ତୋରାଁରେ ବୁର୍ଖା ପିନ୍ଧି ଯାଇଥିବା  ଜଣେ ମହିଳାଙ୍କୁ ପ୍ରବେଶ କରାଇ ଦିଆଯାଇ ନଥିଲା। ଏହି ଘଟଣା ପରେ ବହରିନ ଆଣ୍ଡ ଏଗଜିବିସନ ଅଥରିଟି ରେସ୍ତୋରାଁ ବନ୍ଦ କରି କରି ଦେଇଥିଲେ।

ଅଥରିଟି ପକ୍ଷରୁ କୁହାଯାଉଛି କି, ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ରେସ୍ତୋରାଁ କର୍ମଚାରୀ ବୁର୍ଖା ପିନ୍ଧିଥିବା ଜଣେ ମହିଳାଙ୍କୁ ପ୍ରବେଶ ପାଇଁ ମନା କରି ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ନେଇ କଡ଼ା ସମାଲୋଚନା ବି କରୁଛନ୍ତି।  ଏହି ଘଟଣାର ଯାଞ୍ଚ ଆଦେଶ ଦିଆଯାଇଛି। ପ୍ରାଥମିକ ଯାଞ୍ଚ କରାଯାଇ ରେସ୍ତୋରାଁକୁ ବନ୍ଦ କରି ଦିଆଯାଇଛି।

ଅଥରିଟି ପକ୍ଷରୁ ସମସ୍ତ ରେସ୍ତୋରାଁକୁ ଏକ ଆଦେଶ ଜାରି କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି କି, କୌଣସି ନିୟମର ଉଲଂଘନ କରାଯିବ ନାହିଁ। ଏଥିସହିତ ଲୋକଙ୍କ ସହିତ କୌଣସି ପ୍ରକାର ଭେଦଭାବ କରାଯିବା ଘଟଣାକୁ ଅଣଦେଖା କରାଯିବନାହିଁ।

ଅଥରିଟି ପକ୍ଷରୁ ଏକ ନମ୍ବର ବି ଜାରି କରାଯାଇଛି। ଏହ ନମ୍ବରଟି ୧୭୦୦୭୦୦୩ ରହିଛି। ଏଥିସହିତ ଅନୁରୋଧ କରାଯାଇଛି କି ଯଦି ସମଗ୍ର ଦେଶ ଭିତରେ ଏମିତି ଘଟଣାର କେହି ଶିକାର ହୁଅନ୍ତି ତେବେ ଏହି ନମ୍ବରରେ କଲ କରି ନିଜ ଅଭିଯୋଗ କଞ୍ଜ୍ୟୁମର ପ୍ରୋଟେକସନ ସେଣ୍ଟରରେ କରି ପାରିବେ।

ଏଥିସହିତ ରେସ୍ତୋରାଁ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଯେଉଁଥିରେ ମହିଳାଙ୍କ ପ୍ରବେଶ ନଦେବା ଘଟଣାକୁ ନେଇ କ୍ଷମା ମାଗା ଯାଇଛି। ଏଥିସହିତ ଯେଉଁ କର୍ମଚାରୀ ମହିଳାଙ୍କୁ ପ୍ରବେଶ ପାଇଁ ବାରଣ କରିଥିଲେ ତାଙ୍କୁ  ନିଲମ୍ବନ କରିଦିଆଯାଇଛି। ଗତ ୩୫ବର୍ଷ ହେବ ସେମାନେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। କୌଣସି ବ୍ୟକ୍ତିଙ୍କ ଭାବନାକୁ ଆଞ୍ଚ ଦେବା ସେମାନଙ୍କ ଉଦ୍ଦେଶ୍ୟ ନଥିବା କୁହାଯାଇଛି।

ସମ୍ବନ୍ଧିତ ଖବର