ଅନୁସନ୍ଧାନ କରୁଥିବା ବର୍ଗ

କଟକ

ଗ୍ରୁପ୍‌ ଲୋନ୍‌ ହେଲା କାଳ : ଜୀବନ ହାରିଲେ ନଟବର

କିଶନନଗର : ଗ୍ରୃପ୍‌ ଋଣ କରିଥିଲେ ଝିଅ ବାହାଘର ପାଇଁ। ଋଣ ଟଙ୍କାରେ ୨ବର୍ଷ ତଳେ ଝିଅ ବାହାଘର କରିଥିଲେ। କିନ୍ତୁ ଋଣ ପରିଶୋଧ ହେବା ବଦଳରେ ବଢି ଚାଲିଥିଲା ଋଣଭାର। ସୁଧ ପରିମାଣର ଏପରି ବଢିଯାଇଥିଲା ଯେ, ଋଣ ପରିଶୋଧ ପାଇଁ ପରିସ୍ଥିତି ବାଧକ ସାଜିଥିଲା। ଶେଷରେ ଋଣ ଚାପରେ ଆତ୍ମହତ୍ୟା ପରି ଚରମ…
ଅଧିକ ଖବର ଦେଖନ୍ତୁ...

ଜାମିନ ଶୁଣାଣି ୧୭ରେ, କେସ୍‌ ଡାଏରି ଦାଖଲ ନିର୍ଦ୍ଦେଶ

କଟକ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୧୭ ତାରିଖକୁ ଘୁଞ୍ଚିଛି। ସେହି ସମୟ ମଧ୍ୟରେ କେସ୍‌ ଡାଏରି ଦାଖଲ ସହ ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ରଖିବାକୁ ହାଇକୋର୍ଟ ସିବିଆଇକୁ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ପରେ ସ୍ତ୍ରୀଙ୍କ ଜୀବନ ନେଲା ବଜ୍ରପାତ

ଟାଙ୍ଗୀ : ଠିକ୍‌ ୧୫ବର୍ଷ ତଳେ ବିଲରେ କାମ କରୁଥିବାବେଳେ ବଜ୍ରପାତ ନେଇଥିଲା ସ୍ୱାମୀଙ୍କ ଜୀବନ । ୧୫ ବର୍ଷ ପରେ ସମାନ ଢଙ୍ଗରେ ବଜ୍ରପାତରେ ଯାଇଛି ସ୍ତ୍ରୀର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପନା ପଞ୍ଚାୟତର ତୋଟାସାହି ଗ୍ରାମରେ । ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ଜୟନ୍ତୀରେ ଡାକ୍ତରଙ୍କ ଅନଶନ

କଟକ : ଗାନ୍ଧୀ ଜୟନ୍ତୀରେ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ) ଓଡ଼ିଶା ଶାଖା ପକ୍ଷରୁ ଆଜି ୧୨ ଘଣ୍ଟିଆ ଅନଶନ କରାଯାଇଛି। ସଂଘର ସଦସ୍ୟମାନେ ୨୨ ଦଫା ଦାବିପୂରଣ ପାଇଁ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଧାରଣା ତଥା ଅନଶନ କରିଛନ୍ତି। ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୭ଶହ…
ଅଧିକ ଖବର ଦେଖନ୍ତୁ...

ଭସାଣିକୁ ନେଇ ପୁଣି ଗଣ୍ଡଗୋଳ

କଟକ : ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ପର୍ବ ଭସାଣି ଉତ୍ସବ ଆଜି ଜାକଜମକରେ ଶେଷ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ କିନ୍ତୁ ଗଣ୍ଡଗୋଳକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। କଟକରେ ଆଜି ସଂଧ୍ୟା ସୁଦ୍ଧା ମୋଟ ୧୨୯ଟି ମେଢ କାଠଯୋଡ଼ିର ଦେବୀ ଗଡ଼ା ଗଡ଼ିଛନ୍ତି। କିନ୍ତୁ ଭସାଣି ଶେଷ କରି ଫେରୁଥିବା…
ଅଧିକ ଖବର ଦେଖନ୍ତୁ...

ମେଲୋଡି ବେଳେ ଥାନା ନିକଟରେ ବୋମାମାଡ଼

କଟକ : ଅପରାଧୀମାନେ କମିସନରେଟ୍‌ ପୁଲିସ୍‌କୁ ଦେଇଛନ୍ତି ଖୋଲା ଚାଲେଞ୍ଜ। ବାଦାମବାଡ଼ି ସିରିଜ୍‌ ବୋମା ମାଡ଼ ପଛରେ ସମ୍ପୃକ୍ତ ଜଣେ ଅପରାଧୀକୁ ପୁଲିସ୍‌ ଏନ୍‌କାଉଣ୍ଟର୍‌ କରି ସଫଳତା ହାସଲ କରିଥିବା କହିବା ବେଳେ ଦଶହରା ରାତିରେ ବାଦାମବାଡ଼ି ଥାନା ନିକଟରେ ପୁଣି ବୋମା ମାଡ଼ କରିଛନ୍ତି ଅପରାଧୀ।…
ଅଧିକ ଖବର ଦେଖନ୍ତୁ...

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଜାରି: ତଳ ତେଲେଙ୍ଗା ବଜାର-ବାମ୍ଫି ସାହି ମଧ୍ୟରେ ଗଣ୍ଡଗୋଳ, ପୁଲିସ ମୁତୟନ

କଟକ: ଐତିହାସିକ ସହର କଟକରେ ଶନିବାର ଠାରୁ ଭସାଣି ଆରମ୍ଭ ହୋଇ ଯାଇଥିବା ବେଳେ ସନ୍ଧ୍ୟାରେ ତଳ ତେଲେଙ୍ଗା ବଜାର ଓ ବାମ୍ଫି ସାହି ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ତେଲେଙ୍ଗା ବଜାରର ଯୁବକମାନଙ୍କ ଢେଲା ପଥର ମାଡ଼ରେ ବାମ୍ଫି ସାହି ପୂଜା କମିଟିର ସଭାପତି ଓ ଅନେକ ଯୁବକ ଆହତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କଟକରେ ୧୬୦ ମେଢ଼: ୫୬ କିଲୋ ସୁନା, ୭୫ କ୍ୱିଣ୍ଟାଲ ଚାନ୍ଦି

କଟକ : ମେଢରେ ସୁନା ଓ ଚାନ୍ଦିର ଚମକ ସୃଷ୍ଟି କରିବାରେ କଟକ ମହାନଗର ହେଉଛି ସାରା ଦେଶ ଏମିତିକି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ଆଉ ପ୍ରଥମ। କଟକ ଦଶହରାରେ ଚାନ୍ଦି ମେଢ ସଂଖ୍ୟା ଚଳିତ ବର୍ଷ ୨୩ରେ ପହଞ୍ଚି ଥିବା ବେଳେ ସୁନା ବ୍ୟବହାର କରୁଥିବା ମେଢ ସଂଖ୍ୟା ପହଞ୍ଚିଛି ୮ରେ। ଅବଶ୍ୟ ବାଖରାବାଦ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ୨ ଗିରଫ, ୧୭ ବାଇକ୍‌ ଜବତ

କଟକ-ମହାନଦୀବିହାର : ଏକ ଆନ୍ତଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ । ଏହି ର‍୍ୟାକେଟ୍‌ରେ ଦୁଇ ଅପରାଧୀଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ କଟକ ସଦର ଭାଣପୁର ଭଟ୍ଟସାହି ଜିତୁ ଓରଫ ବଣ୍ଟି ରାଉଳ ଏବଂ ସଇଣ୍ଡା ବାଲିସାହିର ଚନ୍ଦୁର ଓରଫ…
ଅଧିକ ଖବର ଦେଖନ୍ତୁ...

ମାହାଙ୍ଗା: ସ୍ୱାମୀସ୍ତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ

ମାହାଙ୍ଗା: କଟକ ଜିଲ୍ଲା ମହାଙ୍ଗା ଥାନା ଅନ୍ତର୍ଗତ ଦୁଲାରପୁର ଗାଁରେ ଦମ୍ପତ୍ତିଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଉଭୟ ଗ୍ରାମର ନିଜ ଘର ଛାଡ଼ି ଅନ୍ୟ ଜଣେ ଲୋକଙ୍କ ଦୁଆରେ ମରି ପଡ଼ିଥିବା ଆଜି ସକାଳୁ ଦେଖିବାକୁ ମିଳିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ମାହାଙ୍ଗା ଥାନା ଭଉଁରିଆ ଗ୍ରାମର ପ୍ରମୋଦ…
ଅଧିକ ଖବର ଦେଖନ୍ତୁ...