ଅଜଣା କାର ଧକ୍କାରେ ସାଇକେଲ ଆରୋହୀ ମୃତ

ବସ୍ତା୨: ସିଂଲା ଥାନା ଗୁହାଳିପଦା ଠାରେ ଅଜଣା ଗାଡ଼ିଧକ୍କାରେ ଜଣେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ବସ୍ତା ଥାନା ମହାଦେବସରାଇ ଦଶରାପଦା ଗ୍ରାମର ବିରାମ ମୁର୍ମୁ ଙ୍କ ପୁଅ ନାଲୁ (୩୩) ଓ ରାସଗୋବିନ୍ଦପୁର ଥାନା ପାରୁଳିଆ ଗ୍ରାମର ମଙ୍ଗଳ ହାଁସଦା ପୁଅ ସିରୁ (୨୩) ସାଇକେଲ ଯୋଗେ ସିଂଲା ଜଣେ ସଂପର୍କୀୟ ଘରକୁ ଯାଉଥିବା ବେଳେ ଗୁହାଳିପଦା ଠାରେ ଏକ ଅଜଣା କାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣ ଯାକ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବସ୍ତା ଡାକ୍ତରଖାନା କୁ ଆଣିଥିଲେ। ସେଠାରେ ଡାକ୍ତର ସିରୁଙ୍କୁ ମୃତ ଘୋଷଣା କରିଥିଲେ। ନାଲୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତଖାନାରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ଖବରପାଇ ସିଂଲା ପୁଲିସ ବସ୍ତା ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର