ଲଗାଣ ବର୍ଷାରେ ସୁନ୍ଦରଗଡ଼ ସହରରସ୍ଥିତି ବେହାଲ; ସିଡିଏମଓଙ୍କ ଅଫିସରେ ଆଣ୍ଠୁଏ ପାଣି

ବହୁ ରାସ୍ତା ବୁଡ଼ିଲା, ଘରେ-ଡାକ୍ତରଖାନାରେ ପଶିଲା ପାଣି

ସୁନ୍ଦରଗଡ଼: ୧୭ ତାରିଖ ସନ୍ଧ୍ୟାରେ ହୋଇଥିବା ଅବିଶ୍ରାନ୍ତ ବର୍ଷା ସୁନ୍ଦରଗଡ଼ ସହରରସ୍ଥିତିକୁ ବେହାଲ କରି ଦେଇଛି। ସିଡିଏମଓଙ୍କ ଅଫିସ ସମେତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଣ୍ଠୁଏ ପାଣି ଭରି ରହିଥିବାବେଳେ ସହର ବହୁ ଗଳି ରାସ୍ତା ଜଳବନ୍ଦୀ ହୋଇପଡ଼ିଛି। ଏପରିକି ଗାନ୍ଧୀପଡ଼ା, ବିଜୟ ଟକିଜ ରୋଡ, ମହେଶଡିହି, ମିସନ, ସୁନାରିପଡ଼ାରେ ଘରେ ପାଣି ପଶି ଯାଇଥିବା ଖବର ମିଳିଛି। ରାତିରେ ଲୋକେ ଦହଗଞ୍ଜ ହୋଇଛନ୍ତି। ନାଳୀ ବ୍ୟବସ୍ଥା ଠିକ୍ ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଏପରି ଦୁର୍ଦ୍ଦଶା ସୃଷ୍ଟି କରିଥିବା ପ୍ରକାଶ ପାଇଛି। ଡାକ୍ତରଖାନା ପରିସରରେ ଆଣ୍ଠୁଏ ପାଣି ଯୋଗୁ ରୋଗୀଙ୍କ ପରିଜନମାନେ ବାହାରକୁ ବାହାରିବା କଷ୍ଟକର ହୋଇ ପଡ଼ିଛି। ଗତ ୧୪ ତାରିଖରେ ଜିଲ୍ଲାରେ ୬୪୮.୬୨ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ରବିବାର ପୁଣି ପ୍ରବଳ ବର୍ଷିଛି।

ସମ୍ବନ୍ଧିତ ଖବର