ରବିବାର ଏୟାର ଲିଫ୍ଟ ହେବେ ଝାଡ଼ଖଣ୍ଡ ବିଧାୟକ

ସମ୍ବଲପୁର/ବୁର୍ଲା: ଭିମ୍‌ସାରରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଝାଡ଼ଖଣ୍ଡର ବିଧାୟକ ଷ୍ଟିଫେନ୍ ମାରଣ୍ଡିଙ୍କୁ ଆସନ୍ତାକାଲି ଏୟାର ଲିଫ୍ଟ କରାଯିବ। ଏବେ ଭିମ୍‌ସାର ଆଇସିୟୁରେ ୨୯ ନମ୍ବର ଶଯ୍ୟାରେ ଚିକିତ୍ସିତ ହେଉଥିବା ଷ୍ଟିଫେନ୍‌ଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ଆସନ୍ତାକାଲି ସକାଳ ୮ଟାରେ ବିମାନ ଯୋଗେ ଚେନ୍ନାଇ ନିଆଯିବ। ଷ୍ଟିଫେନ୍‌ଙ୍କୁ ଆଜି ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପ୍‌ରୁ ଚେନ୍ନାଇ ନେବାର ଥିଲା। ବିମାନ ମଧ୍ୟ ଠିକ୍ ସମୟରେ ଆସି ପହଂଚି ଥିଲା। ମାତ୍ର, ଏଥିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ‌ ହେବାରୁ ତାଙ୍କୁ ସ୍ଥାନାନ୍ତର ସମ୍ଭବ ହୋଇପାରିନଥିଲା।

ଏ ସଂକ୍ରାନ୍ତରେକ ଭିମ୍‌ସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାୟକଙ୍କୁ ପଚାରିବାରୁ ସେ ବର୍ଷେ ତଳେ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। କୋଭିଡ୍ ପରବର୍ତ୍ତୀ ଜଟିଳତା ଯୋଗୁ ତାଙ୍କ ସ୍ବାସ୍ଥାବସ୍ଥା ଗୁରୁତର ହୋଇଯାଇଛି। ତ‌େବେ, ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ବୋଲି ଡାକ୍ତର ନାୟକ କହିଛନ୍ତି। ସୂଚନାଯୋଗ୍ୟ ଯେ, ଟ୍ରେନ୍‌ରେ ଯାତ୍ରା ସମୟରେ ଗତକାଲି ସେ ଅଚାନକ ଅସୁସ୍ଥ ହୋଇପଡ଼ି‌ଥିଲେ। ବଲାଂଗୀର ଷ୍ଟେସନରୁ ତାଙ୍କୁ ଓହ୍ଲାଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭିମ୍‌ସାରକୁ ସ୍ଥାନାନ୍ତର କରାଯାଥିଲା।

ସମ୍ବନ୍ଧିତ ଖବର