ଆସିଲା ‘ଗଦର-୨’ର ୧୩ ଦିନର ବକ୍ସ ଅଫିସ୍‌ କଲେକ୍ସନ ରିପୋର୍ଟ‌; ୫୦୦ କୋଟି ଟଙ୍କାର ଆୟ ଆଶା

ମୁମ୍ବାଇ: ଅଭିନେତା ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ପୂର୍ବରୁ ୨୦୨୩ର ଦ୍ୱିତୀୟ ସର୍ବାଧିକ ଆୟକାରୀ ଫିଲ୍ମ ବନିପାରିଛି। ଏବେ ଏପରି ଲାଗୁଛି ଯେ ଚଳଚ୍ଚିତ୍ରଟି ତୃତୀୟ ସପ୍ତାହରେ ବି ପ୍ରଥମ ସପ୍ତାହ ପରି ବେପାର ଜାରି ରଖିବ।

ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ଏହି ସିନେମା‌ଟି ୧୩ ଦିନରେ ପହଞ୍ଚିଥିବା ବେଳେ ଏବେ ସୁଦ୍ଧା ବକ୍ସ ଅଫିସ୍‌ କଲେକ୍ସନ ୪୧୧.୧୦ କୋଟି ଟଙ୍କାରେ ପହଞ୍ଚିଲାଣି। ୧୩ ଦିନରେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ୧୦.୪୦ କୋଟି ଟଙ୍କା ରୋଜଗାର କରିବାରେ ସମର୍ଥ ହୋଇଛି।

୬୦ କୋଟି ଟଙ୍କାର ବଜେଟରେ ପ୍ରସ୍ତୁତ ହୋଇଥିବାରୁ ଫିଲ୍ମର ରୋଜଗାର ତାହାଠାରୁ ଯଥେଷ୍ଟ ଅଧିକ ରହିଛି। ନିକଟରେ ଅନିଲ ଶର୍ମା ‘ନ୍ୟୁଜ୍ ୧୮ ଇଣ୍ଡିଆକୁ’ କହିଛନ୍ତି ଯେ ‘‘ଯେତେବେଳେ ଲୋକମାନେ ୬୦୦ କୋଟି ଟଙ୍କାର ଫିଲ୍ମ କଥା କହୁଛନ୍ତି ସେତେବେଳେ ଆମେ ମାତ୍ର ୬୦ କୋଟି ଟଙ୍କା ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛୁ।’’

ନିର୍ଦ୍ଦେଶକ ଏହା ପୂର୍ବରୁ କହିଥିଲେ ଯେ ସନ୍ନି ଫିଲ୍ମ ପାଇଁ ତାଙ୍କ ଫି ହ୍ରାସ କରିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଯେହେତୁ ସେମାନେ ସୀମିତ ବଜେଟରେ ଫିଲ୍ମଟି କରିଛନ୍ତି ତ ସେପରି କୌଣସି ଅତ୍ୟାଧୁନିକ କୌଶଳ ବି ଅବଲମ୍ବନ କରାଯାଇନାହିଁ ଫିଲ୍ମରେ।

‘ଗଦର-୨’ ସୁପର୍‌ଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ‘ପଠାନ୍‌’ ଫିଲ୍ମ ପରେ ଦ୍ବିତୀୟରେ ରହିିଛି। ‘ପଠାନ୍‌’ର ବକ୍ସ ଅଫିସ୍‌ କଲେକ୍ସନ ରହିଛି ୫୪୩.୦୫ କୋଟି ଟଙ୍କା। ଆଶା ରହିଛି ଯେ ‘ଗଦର-୨’ ବି ସେହି ଅଙ୍କକୁ ଛୁଇଁବ।

ସମ୍ବନ୍ଧିତ ଖବର