‘ପଠାନ୍‌’ ଓ ‘କେଜିଏଫ୍‌-୨’ର ରେକର୍ଡ ଭଙ୍ଗ କରିଛି ‘ଦି କେରଳ ଷ୍ଟୋରି’: ବନିପାରେ ବଲିଉଡ୍‌ର ଦ୍ବିତୀୟ ବଡ଼ ଫିଲ୍ମ

ମୁମ୍ବାଇ: ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ‘ଦି କେରଳ ଷ୍ଟୋରି’। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ରୋଜଗାର କରୁଛି। ରିଲିଜ୍‌ ପୂର୍ବରୁ ନେଇ ରିଲିଜ୍‌ ହେବା ପରେ ବି ବିବାଦ ମଧ୍ୟରେ ରହିଥିବା ଏହି ଚଳଚ୍ଚିତ୍ରଟି ଅନେକ ଚଳଚ୍ଚିତ୍ରକୁ ରୋଜଗାର କ୍ଷେତ୍ରରେ ପଛରେ ପକାଇଛି। ଆରମ୍ଭରୁ ହିଁ ଏହି ଫିଲ୍ମର ରୋଜଗାର ସଭିଙ୍କୁ ଚକିତ କରିଛି।

ଛୋଟ୍‌ ବଜେଟ୍‌ ଓ ଖୁବ୍ କମ୍‌ ଜଣାଶୁଣା କଳାକାରଙ୍କୁ ନେଇ ଫିଲ୍ମଟି ହୋଇଥିଲେ ବି ଅଳ୍ପ ଦିନ ମଧ୍ୟରେ ଏହା ପାଖାପାଖି ୧୫୦ କୋଟି‌ ବେପାର କଲାଣି। ପ୍ରଥମ ସପ୍ତାହାନ୍ତରେ ଫିଲ୍ମଟି ୩୫ କୋଟି ଟଙ୍କା ରୋଜଗାର କରିଥିବା ବେ‌ଳେ ଦ୍ବିତୀୟ ସପ୍ତାସରେ ଖୁବ୍ ଭଲ ପ୍ରଦର୍ଶନ କରିଛି। ତେବେ ଦ୍ବିତୀୟ ସପ୍ତହରେ ‘ଦି କେରଳ ଷ୍ଟୋରି’ର ପ୍ରାୟ ୫୫ କୋଟି ଟଙ୍କାର ରୋଜଗାର କରିଛି।

ତେବେ କେତେକ କ୍ଷେତ୍ରରେ ଏହା ଶାହାରୁଖଙ୍କ  ‘ପଠାନ୍‌ ଓ ‘କେଜିଏଫ୍‌-୨’ ପରି ଫିଲ୍ମକୁ ବି ପଛରେ ପକାଇଛି। ଦ୍ବିତୀୟ ସପ୍ତାହାନ୍ତ ପରେ ସୋମବାରକୁ ‘ପଠାନ୍‌’ ୮.୨୫ କୋଟି ରୋଜଗାର କରିଥିବା ବେଳେ ‘କେଜିଏଫ୍‌-୨’ ୮.୨୮ କୋଟି ଟଙ୍କାର ବେପାର କରିଥିଲା। ମାତ୍ର ସୂଚନାରୁ ଜାଣିବାକୁ ମିଳିଛି ଯେ ‘ଦି କେରଳ ଷ୍ଟୋରି’ ଦ୍ବିତୀୟ ସପ୍ତାହାନ୍ତ ପରେ ୧୨.୪ କୋଟି ଟଙ୍କାର ରୋଜଗାର କରିଛି।

ତେବେ ଆଶା କରାଯାଉଛି ଯେ ଏହା ବଲିଉଡ୍‌ର ଦ୍ବିତୀୟ ବଡ଼ ଫିଲ୍ମ ବନିପାରେ। ତେବେ ଏବର୍ଷ ୫୦୦ କୋଟିରୁ ଅଧିକ ରୋଜଗାର କରି ଶାହାରୁଖଙ୍କ ‘ପଠାନ୍‌’ ବଲିଉଡ୍‌ର ପ୍ରଥମ ବଡ଼ ଫିଲ୍ମ ବନିପାରିଛି।

ସମ୍ବନ୍ଧିତ ଖବର