ନୂଆଦିଲ୍ଲୀ: କାଲି ଛାଡ଼ି ପହରିଦିନ ହେବ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା। ଏହି ମହାନ୍ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ପୁରୋଧା ହେବା। ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର (ଜାନୁଆରି ୨୨ ତାରିଖ) ୧୨.୦୫ରେ ରାମ ଜନ୍ମଭୂମିରେ ପବିତ୍ର ରାମପୂଜା କରିବେ। ତା’ପରେ ସେ ଅପରାହ୍ନ ୧ ଟାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୨.୧୫ରେ କୁବେର ଟିଲାର ଶିବ ମନ୍ଦିର ପରିଦର୍ଶନ କରିବେ ଏବଂ ପୂଜା କରିବେ।
ଆପଣ ଜାଣିଥିବେ ନିଶ୍ଚୟ ଯେ ରାମ ମନ୍ଦିରର ଉଦ୍ଘାଟନୀ ସମାରୋହରେ ପ୍ରାୟ ୮ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଅଯୋଧ୍ୟାରେ ମହାନ ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସାତ ଦିନ ଧରି ଚାଲିଥିବା ରାମଲଲାଙ୍କ ସମର୍ପଣ ସମାରୋହର ଆଜି ହେଉଛି ପଞ୍ଚମ ଦିନ। ଏହି କାର୍ଯ୍ୟକ୍ରମ ୧୬ ଜାନୁଆରିରୁ ଆରମ୍ଭ ହୋଇଥିଲା ଏବଂ ରାମଲଲାଙ୍କ ସମର୍ପଣ ସହିତ ଜାନୁଆରି ୨୨ରେ ଶେଷ ହେବ।
ପ୍ରଧାନମନ୍ତ୍ରୀ ମୋଦୀ ୫ ଅଗଷ୍ଟ ୨୦୨୦ ରେ ରାମ ମନ୍ଦିରର ଭୂମି ପୂଜନ କରିଥିଲେ, ବର୍ତ୍ତମାନ ରାମଲଲା ମନ୍ଦିରରେ ସ୍ଥାୟୀ ଭାବରେ ରହିବାକୁ ଯାଉଛନ୍ତି, ଯଦିଓ ସେ ଗର୍ଭଗୃହରେ ପହଞ୍ଚି ସାରିଛନ୍ତି। ହେଲେ ତାଙ୍କର ପ୍ରତିଷ୍ଠା ହୋଇନାହିଁ। ପ୍ରତିଷ୍ଠା ପରଠାରୁ ସେ ରୀତିମତ ଭାବେ ପୂଜା ପାଇବେ। ମନ୍ଦିରେ ପ୍ରଭୁ ଶ୍ରରାମଙ୍କର ବାଲ୍ୟ ବେଳର ମୂର୍ତ୍ତି ପୂଜା ପାଇବ।