ପୁଲିସ୍‌ ଖୋଲିଲା ରାଜ୍‌, ଝିଅର ଏହି ଜିଦ୍‌ ପାଇଁ ଟ୍ରଲି ବ୍ୟାଗ୍‌ରେ ପୂରାଇ ରାସ୍ତାରେ ଫୋପାଡ଼ି ଆସିଥିଲେ ବାପା

ନୂଆଦିଲ୍ଲୀ: ଶ୍ରଦ୍ଧା ୱ‌ାକର୍‌ଙ୍କ ହତ୍ୟା କାହାଣୀ ପୂରା ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ଏବେ ପୁଣି ସେହିପରି ଏକ‌ ଲୋମଟାଙ୍କୁରା ଘଟଣା ଘଟିଥିବା ସୂଚନା ରହିଛି। ଏଥର କିନ୍ତୁ ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ହତ୍ୟାକାରୀ କେଉଁ ଲିଭ୍‌-ଇନ୍‌-ପାର୍ଟନର ନୁହେଁ, ବରଂ ନିଜ ବାପା। ଜାଣିବାକୁ ମିଳିଛି ଆୟୁଷୀ ଭିନ୍ନ ଜାତିର ପିଲାକୁ ପ୍ରେମ କରି ବିବାହ କରିବାକୁ ଇଚ୍ଛା କରିବାରୁ ତାଙ୍କ ସହ ଏପରି ଘଟିଛି। ଏହି ଘଟଣା କରେ ପୁଲିସ୍‌ ଆୟୁଷୀଙ୍କ ବାପା ପରେ ମାଆଙ୍କୁ ବି ଗିରଫ କରିଛି।

ଘଟଣାଟି ହେଉଛି ମଥୁରା ଜିଲ୍ଲାର। ଏଠାରେ ଥିବା ଯମୁନା ଏକ୍ସପ୍ରେସ୍‌ ୱେରେ ଏକ ନାଲି ରଂଗ‌ର ‌ଟ୍ରଲି ବ୍ୟାଗ୍‌ରୁ ମିଳିଛି ଜଣେ ସୁନ୍ଦରୀ ତରୁଣୀଙ୍କ ମୃତଦେହ। ଏହି ଯୁବତୀ ଜଣକ ହେଉଛନ୍ତି ଦିଲ୍ଲୀର ଆୟୁଷୀ ଯାଦବ। ତାଙ୍କ ବୟସ ୨୧ ବର୍ଷ। ପୁଲିସ୍‌ ମୃତଦେହକୁ ଜବତ କରିବା ପରେ ରବିବାର ଦିନ ଆୟୁଷୀଙ୍କ ମାଆ ଓ ଭାଇ ତାଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଆୟୁଷୀଙ୍କ ହତ୍ୟା ହେଉଛି ‘ଅନର୍‌ କିଲିଂ’ ମାମଲା। ନିଜ ବାପା ହିଁ ଝିଅକୁ ଗୁଳି ମାରି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ବ୍ୟାଗ୍‌‌ରେ ପୂରାଇ ମଥୁରା ଏକ୍ସପ୍ରେସ୍‌ ୱେରେ ଫୋପାଡ଼ି ଦେଇଥିଲେ। ଅଭିଯୁକ୍ତ ବାପାକୁ ପୁଲିସ୍‌ ହେପାଜତରେ ନେଇ ପଚରାଉଚରା ଆରମ୍ଭ କରିଛି।

ପୁଲିସ୍‌ ଦେଇଥିବା ସୂଚନା ମୁତାବକ, ମୃତ ଯୁବତୀ ଜଣକ ନଭେମ୍ବର ୧୭ ତାରିଖରେ ଘରୁ ବାହାରକୁ ବାହାରିଥିଲେ। ତା’ପରଦିନ ତାଙ୍କ ମୃତଦେହ ଯମୁନା ଏକ୍ସ‌ପ୍ରେସ୍‌ ୱେରୁ ମିଳିଥିଲା। ତାଙ୍କ ମୁଣ୍ଡ, ହାତ ଏବଂ ଗୋଡ଼ରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ମୃତଦେହ ଉଦ୍ଧାର ହେବା ପରେ ପୁଲିସ୍‌ ଟିମ୍‌ ଗୁରୁଗ୍ରାମ, ଆଗ୍ରା, ଆଲିଗଡ଼, ହାଥରସ ଓ ନୋଇଡ଼ା ପର୍ଯ୍ୟନ୍ତ ପହଞ୍ଚି ଯ‌ାଇଥିଲା।

 

 

ସମ୍ବନ୍ଧିତ ଖବର