ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଛି । ସିବିଏସଇର ସୂଚନା ଅନୁସାରେ ହାଇସ୍କୁଲ (ଦଶମ) ଏବଂ ଇଣ୍ଟରମିଡିଏଟ୍ (ଦ୍ୱାଦଶ ଶ୍ରେଣୀ) ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଏପ୍ରିଲ ୧୦, ୨୦୨୪ ମଧ୍ୟରେ ଆୟୋଜନ କରାଯିବ ।

ପରୀକ୍ଷା ନିୟନ୍ତ୍ରକ ସନ୍ୟାମ ଭରଦ୍ୱାଜଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସିବିଏସଇ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷା ଫେବୃଆରୀ ୧୫, ୨୦୨୪ରୁ ଆୟୋଜନ କରିବ । ପାଖାପାଖି ୫୫ ଦିନ ଧରି ଏହି ପରୀକ୍ଷା ଅନୁଷ୍ଠିତ ହେବ ଏବଂ ୨୦୨୪ ଏପ୍ରିଲ ୧୦ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଏଣୁ ବୋର୍ଡ ପରୀକ୍ଷାର ଉପରୋକ୍ତ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ପରୀକ୍ଷାର ତାରିଖ ନିର୍ଦ୍ଧାରଣ କରିବାକୁ ପରୀକ୍ଷା ପରିଚାଳନା କରୁଥିବା ସମସ୍ତ ସଂସ୍ଥାକୁ ଅନୁରୋଧ କରାଯାଇଛି । ଏହା ପୂର୍ବରୁ ମେ ୧୨ ତାରିଖରେ ସିବିଏସଇ ଦଶମ, ଦ୍ୱାଦଶ ଶ୍ରେଣୀ ଫଳ ୨୦୨୩ ଘୋଷଣା କରି କହିଥିଲା ଯେ ୨୦୨୪ ଫେବ୍ରୁଆରି ୧୫ରୁ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର