ତିବ୍ବତର ୬୦ଟି ସ୍ଥାନର ନାଁ ବଦଳାଇଦିଅ : ହିମନ୍ତ ବିଶ୍ବଶର୍ମା

ଗୌହାଟୀ : ପୁଣି ଥରେ ଅରୁଣାଚଳ ପ୍ରଦେଶକୁ ନେଇ ଚୀନ  ପକ୍ଷରୁ କରାଯାଇଥିବା ଦାବିକୁ ନେଇ ବିବାଦ ଚାଲିଛି । ନିକଟରେ ଚୀନ୍ ଅରୁଣାଚଳର ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରିଥିବା ବେଳେ ଭାରତ ତାହାର ବିରୋଧ କରିଥିଲା। ଚୀନର ଏହି ଦାବିକୁ ଭାରତ ସରକାର ଖଣ୍ଡନ କରିଛନ୍ତି ଓ କହିଛନ୍ତି ଯେ ଏହା ନିର୍ବୋଧତା ।

ସେପଟେ ଏବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ପ୍ରସଙ୍ଗରେ ଏକ ନିଆରା ବୟାନ ଦେଇଛନ୍ତି । ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଭାରତ ମଧ୍ୟ ଚୀନର ତିବ୍ବତ ଅଞ୍ଚଳର ୬୦ଟି ସ୍ଥାନର ନାମ ପରିବର୍ତ୍ତନ କରନ୍ତୁ। ଆସନ୍ତୁ ଜାଣିବା ଏହି ପୁରା ଘଟଣା ।

ସୂଚନାଯୋଗ୍ୟ ଯେ ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରିଛି ଚୀନ । ଚୀନର ବେସାମରିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏ ନେଇ ଏକ ତାଲିକା ଜାରି କରିଛି । ଚୀନ୍ ଅରୁଣାଚଳ ପ୍ରଦେଶକୁ ଜାଙ୍ଗନାନ ବୋଲି ମାନ୍ୟତା ଦେବା ସହ ଏହା ତିବ୍ଦତୀୟ ସ୍ୱୟଂଶାସିତ ଅଞ୍ଚଳର ଅଂଶ ବୋଲି କହିଛି।  ଗତ ୭ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ଚୀନ୍ ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକର ନାମ ପରିବର୍ତ୍ତନ କରିଛି।

ସମ୍ବନ୍ଧିତ ଖବର