ତାଇୱାନ୍‌ରେ ସମରାଭ୍ୟାସ ଜୋରଦାର କଲା ଚୀନ୍‌, ଚିନ୍ତା ପ୍ରକଟ କଲା ଭାରତ

ନୂଆଦିଲ୍ଲୀ : ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ଚୀନ୍‌ ଜୋରଦାର ବିରୋଧ କରିଥିଲା। ନାନ୍ସି ପେଲୋସିଙ୍କ ଗସ୍ତ ପରଠାରୁ ଚୀନ୍‌ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଚୀନ୍‌ ତାଇୱାନରେ ଏହାର ସାମରିକ ସମରାଭ୍ୟାସକୁ ଜୋରଦାର କରିଛି ଏବଂ ଉତ୍ତେଜନା ବଢ଼ାଇବାକୁ ଚେଷ୍ଟା କରିଛି। ତେବେ ଚୀନ୍‌ ଏବଂ ତାଇୱାନ ମଧ୍ୟ‌ରେ ଉତ୍ତେଜନା ବଢ଼ିଥିବାବେଳେ ଭାରତ ଏଥିରେ ଚିନ୍ତା ପ୍ରକଟ କରିଛି। ଏକ ପ୍ରେସ୍‌ ବିବୃତି ଜାରି କରି ଏମଇଏ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ଅନ୍ୟ ଦେଶ ମାନଙ୍କ ପରି ଭାରତ ମଧ୍ୟ ତାଇୱାନରେ ଯାହା ଘଟୁଛି ସେଥିପାଇଁ ଚିନ୍ତା ପ୍ରକଟ କରିଛି। ଉଭୟ ରାଷ୍ଟ୍ର ତାଇୱାନ ଏବଂ ଚୀନ୍‌ ସଂଯମତା ରକ୍ଷା କରିବା ସହ ଏକତରଫା କାର୍ଯ୍ୟ ବନ୍ଦ କରି ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବା ଏବଂ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ ଭାରତ ଅନୁରୋଧ କରିଛି। ଅଞ୍ଚଳରେ ଏବେ ଶାନ୍ତି ଫେରାଇବାର ଆବଶ୍ୟକତା ରହିଛି ବୋଲି ବାଗ୍‌ଚି କହିଛନ୍ତି।

ସମ୍ବନ୍ଧିତ ଖବର