ସତ୍ୟରଂଜନ ସାହୁ ବୌଦ୍ଧ ଜିଲ୍ଲାପାଳ

ଭୁବନେଶ୍ବର : ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସତ୍ୟରଂଜନ ସାହୁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ରୁପା ରୋଶନ ସାହୁଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ସାଧାରଣ ପ୍ରଶାସନର ବିଜ୍ଞପ୍ତି ଅନୁଯାୟୀ ଟିଇ ଓ ଏସ୍‌ସିଇଆରଟିର ନିର୍ଦେଶକଭାବେ ଅତିରିକ୍ତ ଦାୟିତ୍ବରେ ଥିବା ଶ୍ରୀମତୀ ସାହୁଙ୍କୁ ଭୁବନେଶ୍ବରସ୍ଥିତ ଇଂରାଜୀ ଭାଷା ତାଲିମ ପ୍ରତିଷ୍ଠାନର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହାସହ ଆଜି ୫୧ଜଣ ଓଏଏସ୍‌ଙ୍କ ଅନ୍ୟତ୍ର ବଦଳି କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର