ବିଦେଶୀଙ୍କ ପାଇଁ ସୀମାଦ୍ବାର ଉନ୍ମୁକ୍ତ କଲା ଚୀନ୍

ବେଜିଂ : ଚୀନ୍ ବେସାମରିକ ବିମାନ ଚଳାଚଳ ନିୟାମକ ସଂସ୍ଥା ପକ୍ଷରୁ ରବିବାରଠାରୁ ବିଦେଶଗତ ବିମାନଯାତ୍ରୀଙ୍କ ପାଇଁ ଆଗରୁ ଥିବା ସବୁ କଟକଣା ଉଠାଇଦିଆଯାଇଛି। ଆଗରୁ ବିଦେଶରୁ କୌଣସି ଲୋକ ଆସିଲେ ତାଙ୍କୁ ବାଧ୍ୟତାମୂଳକ ଭାବେ କ୍ବାରେଣ୍ଟାଇନରେ ରହିବାକୁ ପଡ଼ୁଥିଲା। ଏପରି ନିଜ ଦେଶର ବିମାନଯାତ୍ରୀଙ୍କ ପାଇଁ କଟକଣା ରହିଥିଲା। କିନ୍ତୁ ଏବେ ଚୀନ୍‌ରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଭାରତ ଓ ଆମେରିକା ସମେତ ଅନେକ ଦେଶ ଚୀନ୍‌ଯାତ୍ରୀଙ୍କ ପ୍ରତି କଟକଣା ଲଗାଇଥିବା ବେଳେ ଚୀନ୍ ବିଦେଶୀଙ୍କ ପାଇଁ ବିନା କଟକଣାରେ ସୀମାଦ୍ବାର ଉନ୍ମୁକ୍ତ କରିଦେଇଛି।

ସମ୍ବନ୍ଧିତ ଖବର