ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି । ତେବେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହା ବିରୋଧରେ କେଜ୍ରିଓ୍ବାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଆଜି ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବା ପରେ ଇଡି ଟିମ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲା । ଇଡି ପକ୍ଷରୁ ପ୍ରଥମେ ତାଙ୍କ ବାସଭବନକୁ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଇଡି ପକ୍ଷରୁ ତାଙ୍କୁ ୧୦ ସମନ ଦିଆଯାଇଥିଲା । ପୂର୍ବରୁ ୯ ଥର ସମନ ଦିଆଯାଇଥିଲେ ବି କେଜ୍ରିଓ୍ବାଲ ଇଡିରେ ହାଜର ହୋଇନଥିଲେ ।

କେଜ୍ରିଓ୍ବାଲଙ୍କ ଗିରଫଦାରିକୁ ବିରୋଧ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଏକ୍ସରେ ସେ ଲେଖିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଭୁଲ ଏବଂ ଅସାମ୍ବିଧାନିକ । ରାଜନୀତିର ସ୍ତରକୁ ଏଭଳି ଭାବରେ ହ୍ରାସ କରିବା ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ସରକାରଙ୍କ ପାଇଁ ଶୋଭା ଦେଉନାହିଁ ।

ସମ୍ବନ୍ଧିତ ଖବର