ମଣିପୁର ହିଂସାକାଣ୍ଡରେ ଆୟକର ଅଧିକାରୀଙ୍କୁ ଘରୁ ଟାଣି ନେଇ ହତ୍ୟାକରାଯାଇଛି: ‘ଆଇଆର୍‌ଏସ୍‌’ ସଂଘ

ନୂଆଦିଲ୍ଲୀ: ଇମ୍ଫାଲ୍‌ରେ ନିଯୁକ୍ତ ହୋଇଥିବା ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ମଣିପୁରରେ ଘଟିଥିବା ହିଂସାକାଣ୍ଡ‌ ସମୟରେ ସରକାରୀ ବାସଭବନରୁ ଟାଣି ନେଇ ହତ୍ୟା କରାଯାଇଥିବା କଥା ଶୁକ୍ରବାର ଦିନ ‘ଭାରତୀୟ ରାଜସ୍ବ ସେବା ସଂଘ’ (ଆଇଆର୍‌ଏସ୍‌) କହିଛି।

ଟୁଇଟ୍‌ କରି ସଂଘ ଏହି ଘଟଣାକୁ ତୀବ୍ର ନିନ୍ଦା କରି ଲେଖିଛି ଯେ, ଏହି ଘୃଣ୍ୟ ହିଂସାକାଣ୍ଡରେ ଇମ୍ଫାଲ୍‌ରେ ଟିକସ ସହକାରୀ ଲେତ୍‌ମିଥାଙ୍ଗ୍‌ ହାଓକିପ୍‌ଙ୍କର ମୃତ୍ୟୁ ଘଟିଛି। କର୍ତ୍ତବ୍ୟରତ ଜଣେ ନିରୀହ ସରକାରୀ କର୍ମଚାରୀଙ୍କ ହତ୍ୟା କରାଯିବା ଘଟଣାକୁ କୌଣସି ତ୍ୟାଗ ବା ଆଦର୍ଶ ଯଥାର୍ଥ ବୋଲି ପ୍ରତିପାଦିତ କରିପାରିବ ନାହିଁ। ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ଆମର ସମବେଦନା।

Image Courtesy of India Today

ହାଓକିପ୍‌ଙ୍କ ଫଟୋ ପୋଷ୍ଟ୍‌ କରି ସଂଘ ଆହୁରି ମଧ୍ୟ କହିଛି ଯେ, ଇମ୍ଫାଲ୍‌ସ୍ଥିତ ସରକାରୀ କ୍ବାର୍ଟର୍ସରୁ ଘୋଷାରି ଆଣି ମଣିପୁରୀ ଦୁର୍ବୃତ୍ତମାନେ ତାଙ୍କୁ ପିଟି ପିଟି ମାରି ପକାଇଛନ୍ତି।

ସୂଚନାଯୋଗ୍ୟ, ଗତ ୪୮ ଘଣ୍ଟା ଧରି ମଣିପୁର ରାଜ୍ୟରେ ଆଦିବାସୀ ଦଙ୍ଗାରେ ଭୀଷଣ ରକ୍ତପାତ ହୋଇଛି। ହିଂସା-ପ୍ରପୀଡ଼ିତ ଅଞ୍ଚଳରୁ ସମୁଦାୟ ୧୩,୦୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିବା କଥା ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର