ଲଦାଖରେ ଫସିରହିଥିବା ଇସ୍ରାଏଲ ନାଗରିକଙ୍କୁ ଉଦ୍ଧାର କଲା ବାୟୁସେନା

ଲେହ : ଲଦାଖର ପାର୍ବତ୍ୟାଞ୍ଚଳରେ ଫସି ରହିଥିବା ଜଣେ ଇସ୍ରାଏଲ ନାଗରିକଙ୍କୁ ଉଦ୍ଧାର କରିଛି ଭାରତୀୟ ବାୟୁସେନା । ଉଚ୍ଚ ପର୍ବତରେ ଟ୍ରାକିଂ କରୁଥିବାବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ ।

ପ୍ରତିରକ୍ଷା ମନ୍ତ୍ରାଳୟ (ପ୍ରତିରକ୍ଷା ପିଆରଓ, ଶ୍ରୀନଗର) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଲଦାଖର ମରଖା ଉପତ୍ୟାକାର ନିଲାଲିଙ୍ଗ କ୍ୟାମ୍ପରେ ଥିବା ସଂପୃକ୍ତ ଇସ୍ରାଏଲ ନାଗରିକ ଅତ୍ୟଧିକ ଉଚ୍ଚତା ଯୋଗୁଁ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କର ମାଉଣ୍ଟେନ ସିକନେସ ( ଉଚ୍ଚ ପର୍ବତ୍ୟାଞ୍ଚଳରେ ହେଉଥିବା ଅସୁସ୍ଥତା) ଥିଲା । ଜରୁରୀ ସୂଚନା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଗତ ଶୁକ୍ରବାରଦିନ ଲଦାଖର ଏକ ପର୍ବତର ଶିଖରରେ ଫସି ରହିଥିବା ଜଣେ ଇଟାଲୀୟ ନାଗରିକଙ୍କୁ ଉଦ୍ଧାର କରିବାକୁ ବାୟୁସେନା ପକ୍ଷରୁ ଏକ ଚିତା ହେଲିକପ୍ଚର ପଠାଇଥିଲା । ତେବେ ଏହି ଅପରେସନ ଏବେ ବି ଜାରି ରହିଛି । ଉଚ୍ଚ ପର୍ବତ ଓ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା କୁହାଯାଉଛି ।

ସଂପୃକ୍ତ ଇଟାଲୀୟ ନାଗରିକଙ୍କ ନାଁ ଫେଡେରିକୋ ନିକୋଲି ଓ ସେ ଲଦାଖର ଜନସ୍କର ଉପତ୍ୟାକାର ୨ୟ ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟେନ ନନ ଚଢୁଥିବାବେଳେ ଫସି ରହିଥିଲେ । ଲଦାଖ ସରକାରଙ୍କଠାରୁ ଜରୁରୀ ସୂଚନା ପାଇଁ ବାୟୁସେନା ଚିତା ହେଲିକପ୍ଟର ପଠାଇଥିଲା । ତାଙ୍କ ସହ ଇଟାଲି ଓ ଭାରତର ଆଉ କିଛି ପାର୍ବତ୍ୟାରୋହୀ ମଧ୍ୟ ଥିବା ସଂଦେହ କରାଯାଉଛି ।

 

ସମ୍ବନ୍ଧିତ ଖବର