ଆପଣଙ୍କ ଘର ନାଁ ବଦଳେଇଦେଲେ ତାହା ମୋର ହୋଇଯିବ କି ? ଚୀନକୁ ଜୟଶଙ୍କରଙ୍କ କଟାକ୍ଷ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର କହିଛନ୍ତି ଯେ ଯଦି ମୁଁ ଆଜି ଆପଣଙ୍କ ଘରର ନାମ ପରିବର୍ତ୍ତନ କରେ, ତେବେ ଏହା ମୋର ହୋଇଯିବ କି? ଅରୁଣାଚଳ ପ୍ରଦେଶ ଭାରତର ଏକ ରାଜ୍ୟ ଥିଲା, ଅଛି ଏବଂ ରହିବ । ନାମ ପରିବର୍ତ୍ତନ କଲେ କିଛି ହୋଇନଥାଏ କି ଏହାର କୌଣସି ପ୍ରଭାବ ପଡିନଥାଏ । ସେଠାରେ (ଏଲ୍ଏସିରେ) ଆମ ସେନା ମୁତୟନ ରହିଛି।

ବେଜିଂ ଭାରତର ବିଭିନ୍ନ ସ୍ଥାନ ପାଇଁ ୩୦ ଟି ନୂଆ ନାମର ଚତୁର୍ଥ ତାଲିକା ପ୍ରକାଶ କରିବାର ଗୋଟିଏ ଦିନ ପରେ ଜୟଶଙ୍କର ଏହି ମନ୍ତବ୍ୟ ଦେଇଛନ୍ତି। ଅରୁଣାଚଳପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ କାଳ୍ପନିକ ନାମ ବ୍ୟବହାର କଲେ ଏହି ବାସ୍ତବତା ବଦଳିବ ନାହିଁ ବୋଲି ଏଥିରେ କୁହାଯାଇଛି।

ଚୀନ୍ ଅରୁଣାଚଳ ପ୍ରଦେଶକୁ ‘ଜାଙ୍ଗନାନ’ ବୋଲି କହିବା ସହ ରାଜ୍ୟକୁ ଦକ୍ଷିଣ ତିବ୍ବତର ଅଂଶ ବୋଲି ଦାବି କରୁଛି। ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରେ ଅରୁଣାଚଳପ୍ରଦେଶର ୩୦ଟି ସ୍ଥାନର ଚୀନୀ  ନାମ ମଧ୍ୟ ପୋଷ୍ଟ କରାଯାଇଥିଲା । ଏହି ତାଲିକା ମେ ପହିଲାରୁ ଲାଗୁ ହେବ। ଏହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

ଗତମାସରେ ମୋଦୀ ଅରୁଣାଚଳ ଗସ୍ତରେ ଯିବା ପରେ ଚୀନ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଥିଲା ।

 

ସମ୍ବନ୍ଧିତ ଖବର