ମାଙ୍ଗାଲୁରୁ ବିସ୍ଫୋରଣ : ହିନ୍ଦୁ ନାଁ ବ୍ୟବହାର କରୁଥିଲା ଆତଙ୍କବାଦୀ ସାରିକ୍

ମାଙ୍ଗାଲୁରୁ : ଉପକୂଳ କର୍ଣ୍ଣାଟକ ସହର ମାଙ୍ଗାଲୁରୁରେ ହୋଇଥିବା କମ  କ୍ଷମତା ସଂପନ୍ନ ବୋମା ବିସ୍ଫୋରଣ ପଛର ରହସ୍ୟ ଖୋଲିବାରେ ଲାଗିଛି । ଅଭିଯୁକ୍ତ ମହମ୍ମଦ ସାରିକ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଦ୍ବାରା ପ୍ରଭାବିତ ହୋଇଥିଲେ ବି ତାହାର କୌଣସି ଆତଙ୍କବାଦୀ ସଂଗଠନ ସହ ସଂପର୍କ ନଥିଲା । ସେ ଜଣେ ଲୋନ ଉଲଫ ( ଯେଉଁ ଆତଙ୍କବାଦୀ କୌଣସି ସଂଗଠନ ନିର୍ଦ୍ଦେଶ ବଦଳରେ ନିଜେ ଏକୁଟିଆ ଆକ୍ରମଣ କରେ) ବୋଲି ପୁଲିସ ଜାଣିବାକୁ ପାଇଛି ।

ତା ସଂପର୍କରେ ଆଉ ଏକ ସାଂଘାତିକ କଥା ଜାଣିବାକୁ ପାଇଛି ତଦନ୍ତକାରୀ ଦଳ । ସାରିକ୍ ଏକ ହିନ୍ଦୁ ନାମ- ଅରୁଣ କୁମାର ବ୍ୟବହାର କରୁଥୁଲା । ଏହି ନାମରେ ସେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିଲା । ସମସ୍ତଙ୍କ ନଜରରୁ ଏଡ଼େଇବାକୁ ଓ ହିନ୍ଦୁବାଦୀ ଗୋଷ୍ଠୀମାନଙ୍କୁ ଦାୟୀ କରିବାକୁ ସେ ଏପରି କରୁଥିଲା ।

ବେଙ୍ଗାଲୁରୁରେ କାମ କରୁପଥିବା ଅରୁଣ କୁମାନ ନାମକ ଜଣେ ବ୍ୟକ୍ତିଙ୍କ ମନିପର୍ସ ଗତବର୍ଷ ଚୋରି ହୋଇଯାଇଥିଲା । ସେଥିରେ ତାଙ୍କର ଆଧାର କାର୍ଡ ଓ ଭୋଟର ଆଇକାର୍ଡ ଥିଲା । କିଛିଦିନ ପରେ ଜଣେ ବ୍ୟକ୍ତି ତାଙ୍କର ଏହି ପର୍ସକୁ ଫେରାଇ ଦେଇଥିଲା । କିନ୍ତୁ ଇତି ମଧ୍ୟରେ ତାଙ୍କ ଭୋଟର ପରିଚୟ ପତ୍ର ଓ ଆଧାରକାର୍ଡର ନକଲ ହୋଇସାରିଥିଲା । ଏହାକୁ ସାରିକ୍ ବ୍ୟବହାର କରି ସିମକାର୍ଡ କିଣିଥିଲା ।

ସମ୍ବନ୍ଧିତ ଖବର