ଏହି ଛୋଟ ବିମାନରେ ବିଶ୍ୱ ପରିକ୍ରମା କରିବେ ମା-ଝିଅ

୮୦ ଦିନରେ ଉଡିବେ ୫୫ହଜାର କିମି

ବାଙ୍ଗାଲୋର: ଗୋଟିଏ ଛୋଟ ବିମାନରେ ଏକୁଟିଆ ସାରା ବିଶ୍ୱ ପରିକ୍ରମା କରିବେ ମା ଝିଅ । ବାଙ୍ଗାଲୋରର ସୌଖିନ ପାଇଲଟ୍‌ ଅଡ୍ରେ ଦୀପିକା ମେବେନ ଓ ତାଙ୍କର ୧୯ ବର୍ଷିଆ ଝିଅ ଆମି ମେହେଟା ଏହି କାରନାମା କରିବାକୁ ଅଣ୍ଟା ଭିଡିଛନ୍ତି । ମହିଳା ସଶକ୍ତିକରଣ ବାର୍ତ୍ତା ପ୍ରଚାର ପାଇଁ ସେମାନେ ଏହି ଯାତ୍ରା କରିବେ ।

ସେମାନେ ମାହି ନାମକ ଏକ ମାଇକ୍ରୋଲାଇଟ୍‌ ବିମାନରେ ନିଜର ଯାତ୍ରା ଆରମ୍ଭ କରିବେ। ଏହି ବିମାନରେ ଦୁଇଟି ଇନ୍ଧନ ଟାଙ୍କି ରହିଛି, ପ୍ରତି ଟାଙ୍କିରେ ୩୦ ଲିଟର ଇନ୍ଧନ ରହିପାରିବ । ଥରକେ ପ୍ରାୟ ୪.୫ ଘଣ୍ଟା ଉଡ଼ି ପାରିବ ଏହି ବିମାନ । ଉଭୟେ କେବଳ ଦିନରେ ଉଡାଣ ଭରିବେ ।

ଆସନ୍ତା ଫେବ୍ରୁଆରି ୨୦୧୮ରୁ ସେମାନେ ଏହି ଯାତ୍ରା ବାଙ୍ଗାଲୋରର ଜାକୁର ଏରୋଡ୍ରୋମ୍‌ରୁ ଆରମ୍ଭ କରିବେ । ଉଭୟେ ଦକ୍ଷିଣ-ପୂର୍ବ ଏସିଆ, ଜାପାନ, ଋଷିଆ, ଆଲାସ୍କା, ଉତ୍ତର-ଆମେରିକା, ୟୁରୋପ, ତେହେରାନ, ଆଫଗାନିସ୍ତାନ ଓ ପାକିସ୍ତାନ ଦେଇ ଉଡିବା ପରେ ଭାରତରେ ପହଞ୍ଚିବେ । ଏହି ୮୦ ଦିନିଆ ଉଡାଣରେ ସେମାନେ ପ୍ରାୟ ୫୪ଟି ଲାଣ୍ଡିଂ କରିବେ ।

ସମ୍ବନ୍ଧିତ ଖବର