ଗ୍ରାହକଙ୍କ ଘର ବାହାରୁ ଜୋତା ଚୋରି କରୁଥିବା ବେ‌ଳେ ସିସିଟିଭିରେ ଧରାପଡ଼ିଲେ ସ୍ବିଗି ଡେଲିଭରି ବୟ

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ଆମକୁ ଅନେକ ଭାଇରାଲ୍‌ ଭିଡିଓ ଦେଖିବାକୁ ମିଳିଥାଏ। ନିକଟରେ ଫ୍ଲାଟ ବାହାରେ ସିସିଟିଭି ଫୁଟେଜ ଦେଖାଇବାକୁ ମିଳିଛି ଯେ ସ୍ବିଗିର ଜଣେ ଡେଲିଭରି ଏଜେଣ୍ଟ୍‌ ଜୋତା ଚୋରି କରୁଛନ୍ତି।

ଭାଇରାଲ୍ ହୋଇଥିବା ଭିଡିଓରେ, ଖାଦ୍ୟ ସାମଗ୍ରୀ ପ୍ୟାକେଟ୍‌ ସହିତ ଡେଲିଭରି ଏଜେଣ୍ଟକୁ କବାଟ ନିକଟକୁ ଯାଉଥିବାର ଦେଖିବାକୁ ମିଳିଛି। ସେ ଘଣ୍ଟି ବଜାଇ ଗ୍ରାହକଙ୍କ କବାଟ ଖୋଲିବାକୁ ଅପେକ୍ଷା କରନ୍ତି। ଏହି ସମୟ ମଧ୍ୟରେ ସେ ତଳକୁ ଦେଖନ୍ତି, ଯେଉଁଠାରେ ତିନି ଯୋଡା ଜୋତା ଘର ବାହାରେ ରଖା ଯାଇଥାଏ। ଏକ ମିନିଟରୁ କମ୍ ସମୟ ମଧ୍ୟରେ କେହି ଜଣେ କବାଟ ଖୋଲି ତାଙ୍କଠାରୁ ପ୍ୟାକେଟିକୁ ନେଇଗଲେ।

 

ଏହାପରେ, ସେ କିଛି ସେକେଣ୍ଡ ପାଇଁ ନିଜ ଫୋନ୍ ବ୍ୟବହାର କରି କବାଟଠାରୁ ଦୂରେଇ ଯିବାକୁ ଲାଗିଲେ। ତେବେ ସେ ଜୋତା ଆଡକୁ ପଛକୁ ଚାହିଁଥିବାର ନଜର ଆସିଥିଲେ। ତା’ପରେ ମୁଣ୍ଡରେ ଗୁଡ଼ାଯାଇଥିବା କପଡାକୁ ବାହାର କରି ସେଥିରେ ମୁହଁ ପୋଛିଦେଲେ। ସେ କିଛି ପାହାଚ ତଳକୁ ଚାଲିଯାଆନ୍ତି। ତାହାର କିଛି ସେକେଣ୍ଡ ପରେ, ସେ ଯତ୍ନର ସହ ପଛକୁ ଚାହିଁ ଫ୍ଲାଟ୍‌ ବାହାରେ ଥିବା ଗୋଟିଏ ଜୋତାକୁ ଉଠାଇ ନେଉଛନ୍ତି। ତା’ପରେ ସେ ଜୋତାକୁ କପଡାରେ ଆଚ୍ଛାଦନ କରି ଦୂରେଇ ଯାଆନ୍ତି।

ସମ୍ବନ୍ଧିତ ଖବର