ଅନୁସନ୍ଧାନ କରୁଥିବା ବର୍ଗ

Leading

ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୧୩୪; ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୦ ଟପିଲା

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୧୦୦ରୁ ଅଧିକ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

୨୦୦୦ ମୋଦୀ ହଟାଅ ପୋଷ୍ଟର୍‌ ମାମଲା: ୪୪ଟି ମାମଲା ରୁଜୁ କରି ୪ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହଟାଇବା କଥା ଛାପା ଯାଇଥିବା ହଜାର ହଜାର ପୋଷ୍ଟର୍‌ ଜାତୀୟ ରାଜଧାନୀ ଦିଲ୍ଲୀରେ ଲଗାଯାଇଥିବା ଘଟଣାରେ ଆଜି ଦିଲ୍ଲୀ ପୁଲିସ ୪୪ଟି ମାମଲା ରୁଜୁ କରି ୪ଜଣଙ୍କୁ ଗିରଫ କରିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି। ଗିରଫ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ତୀବ୍ର ଭୂକମ୍ପନ ବେଳେ ଅନନ୍ତନାଗରେ ଶିଶୁ ଜନ୍ମ କରାଇଲେ ଡାକ୍ତର

ଶ୍ରୀନଗର: ମଙ୍ଗଳବାର ଦିନ ସମଗ୍ର ଉତ୍ତର ଭାରତରେ ତୀବ୍ର ଭୂକମ୍ପନ ଅନୁଭୂତ ହେଉଥିବା ବେଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାସ୍ଥିତ ଏକ ଡାକ୍ତରଖାନାରେ ଡାକ୍ତରମାନେ ତତ୍ପର ରହି ଗ‌ୋଟାଏ ଶିଶୁ ପ୍ରସବ କରାଇଛନ୍ତି। ତୀବ୍ର ଭୂମିକମ୍ପ ପ୍ରଭାବରେ କଶ୍ମୀର ଉପତ୍ୟକା ଥରହର ହେଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା; ଘର ଭିତରୁ ଉଭୟଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ସ୍ତ୍ରୀକୁ ହତ୍ୟା କରି ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଦମକୁଡା ଗାଁରେ। ଘରୋଇ କଳହ ଯୋଗୁଁ ଏପରି ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି । ଦମକୁଡ଼ା ଗାଁର ହେମନ୍ତ ଦଣ୍ଡସେନା ଓ ତା ସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଠିକଣା ବେଳେ ‘ବିଜେପି’କୁ ପାନେ ଦେବୁ: ‘ବିଆର୍‌ଏସ୍‌’ ବିଧାୟକ

ହାଇଦ୍ରାବାଦ: ସୁବିଧ‌ା ମିଳିଲେ ‘ବିଜେପି’କୁ ପାନେ ଦେବୁ ବୋଲି ‘ଭାରତ ରାଷ୍ଟ୍ର ସମିତି’ର (ବିଆର୍‌ଏସ୍‌) ବିଧାୟକ ଦାନମ ନାଗେନ୍ଦର୍‌ ‘କେସିଆର୍‌’ଙ୍କ ଝିଅ କେ. କବିତାଙ୍କୁ ‘ଇଡି’ ଜେରା କରିବା ପ୍ରସଙ୍ଗକୁ ଭିତ୍ତିକରି ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶିଶୁଭବନ ଛକରେ ହୋର୍ଡିଂ ଟାୱାର ଉପ‌ରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର:  ଶିଶୁଭବନ ଛକରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୪୦ ଫୁଟ ଉଚ୍ଚ ହୋର୍ଡିଂ ଟାଓ୍ବାର ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ବେକରେ ଜିଆଇ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଅଧଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଅମୃତପାଲ୍‌ ସିଂହଙ୍କର ୭ଟି ସମ୍ଭାବ୍ୟ ଚେହେରା ସେୟାର୍‌ କଲା ପଞ୍ଜାବ ପୁଲିସ

ଅମୃତସର: ୪ ଦିନ ତଲାସ ପରେ ବି  ପଳାତକ ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହଙ୍କୁ ଠାବ କରିବାରେ ବିଫଳ ହେବା ପରେ ମଙ୍ଗଳବାର ଦିନ ପଞ୍ଜାବ ପୁଲିସ ତାଙ୍କର ୭ଟି ସମ୍ଭାବ୍ୟ ଛଦ୍ମବେଶ ବା ଚେହେରା ସେୟାର୍‌ କରିଛି। ଗିରଫଦାରି ଏଡ଼ାଇବା ଲାଗି ଅମୃତପାଲ୍‌ ଉପରୋକ୍ତ ଛଦ୍ମବେଶ ଧାରଣ…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ: ରାଜ୍ୟରେ ଆଇନର ଶାସନ ଚାଲିନି

ଭୁବନେଶ୍ବର, ୨୧/୩ (ଇମିସ): ରାଜ୍ୟରେ ଆଇନର ଶାସନ ଚାଲିନି। ଜଙ୍ଗଲୀ ରାଜ୍ ଚାଲିଛି। ପ୍ରତି ବର୍ଷ ଅପରାଧ ହାର ବଢ଼ୁଛି। ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବାରେ ପୁଲିସ୍ ବିଫଳ ହୋଇଛି। ରାଜ୍ୟରେ ପୁଲିସ୍ ଆଦୌ ନିରପେକ୍ଷ ନୁହେଁ। ରାଜନୈତିକ କାମରେ ପୁଲିସକୁ ମାତ୍ରାଧିକ ବ୍ୟବହାର କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ଫାଶୀଦଣ୍ଡର ବିକଳ୍ପ କର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଫାଶୀଦଣ୍ଡ ବିଭିନ୍ନ ରାଷ୍ଟ୍ରରେ ବନ୍ଦ ହୋଇ ଯାଇଥିବା ବେଳେ ଭାରତରେ ଜାରି ରହିଛି। ଫାଶୀଦଣ୍ଡ ବିରୋଧରେ ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ରାଜି ହୋଇଛନ୍ତି। ଏହି ଅମାନବୀୟ ଓ ବର୍ବର ବ୍ୟବସ୍ଥାର ବିକଳ୍ପ ଚିନ୍ତା କରିବା ଏବଂ ମୃତ୍ୟୁ ଦଣ୍ଡାଦେଶ କାର୍ଯ୍ୟକାରୀ କରିବା…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ପାହାଡ଼ରେ ବନ୍ଧ ବାନ୍ଧିଲେ

କୋରାପୁଟ: ୮୦ ଆଦିବାସୀ ପରିବାର ପାଇଁ ଗାଁରେ ଥିଲା ମାତ୍ର ଦୁଇଟି ନଳକୂପ। କିନ୍ତୁ, ରକ୍ଷଣାବେକ୍ଷଣ ଅଭାବରୁ ସେଥିରୁ ବି ପର୍ଯ୍ୟାପ୍ତ ପାଣି ବାହାରୁନଥିଲା। ଖରାଦିନେ ତ ଗୋଟିଏ ବାଲ୍‌ଟି ପାଣି ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରିବାକୁ ପଡ଼ୁଥିଲା। ଏ ନେଇ ଗ୍ରାମବାସୀ ଅନେକଥର ପ୍ରଶାସନକୁ ଅବଗତ…
ଅଧିକ ଖବର ଦେଖନ୍ତୁ...