ମଧୁବାବୁ ଥିଲେ ଓଡ଼ିଆ ଜାତିର ଅସ୍ମିତା

କୋର୍ଟ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନ ଦାବି

ଜଟଣୀ: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା ଅତୁଳନୀୟ। ସେ ଓଡ଼ିଆ ଜାତିର ଅସ୍ମିତା। ତାଙ୍କୁ ଭାରତରତ୍ନ ଦିଆଯିବା ସହ ଜଟଣୀ କୋର୍ଟ ପରିସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ। ଉତ୍କଳ ଗୌରବଙ୍କ ଜୟନ୍ତୀ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବନମାଳି ଶତପଥୀ ପାଠାଗାରରେ ଅନୁଷ୍ଠିତ ସ୍ବାଭିମାନ ଦିବସ‌ରେ ଯୋଗ ଦେଇଥିବା ପାଠକମାନେ ଏହା କହିଛନ୍ତି।

ଶିକ୍ଷାବିତ୍‌ ଜବାହରଲାଲ ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌ ଜଗଦୀଶ ମହାପାତ୍ର, ରୋଟାରିଆନ୍‌ ଆଦିନାରାୟଣ ଖଣ୍ଡୁଆଳ, ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରହ୍ଲାଦ ସାହୁ, ପ୍ରଫୁଲ୍ଲ ବିଶ୍ୱାଳ, କିଶୋର ପଟ୍ଟନାୟକ, ଜଗଦୀଶ ମହାପାତ୍ର, ଶକ୍ତିଧର ମହାପାତ୍ର, ଜଗନ୍ନାଥ ନାୟକ, ଦୁଲାଲ ରଞ୍ଜନ ସର୍ବଜ୍ଞ, ଅକ୍ଷୟ ଶତପଥୀ, ପ୍ରଭାତ ବାହିନିପତୀ, କିଶୋର ଚନ୍ଦ୍ର ପାଇକରାୟ, ପ୍ରସନ୍ନ ମହାନ୍ତି, ଦେବଦତ୍ତ ପଟ୍ଟନାୟକ, ରଶ୍ମିତା ଦାସ, ସବିତା ମହାନ୍ତି, ପଦ୍ମନାଭ ପାଣିଗ୍ରାହୀଙ୍କ ସମେତ ବହୁ ମଧୁପ୍ରେମୀ ଯୋଗ ଦେଇଥିଲେ। ‘ସମ୍ବାଦ’ର ଜଟଣୀ ପ୍ରତିନିଧି ଦେବବ୍ରତ ଷେଣ୍ଢ ସଭା ପରିଚାଳନା କରିଥିବା ବେଳେ ସମାଜସେବୀ ସୀତାକାନ୍ତ ଶତପଥୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର