ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ପ୍ରବୀଣ ତୋଗାଡ଼ିଆ

ପୁରୁଣା ଭୁବନେଶ୍ୱର: ଓଡ଼ିଶାଗସ୍ତ ଅବସରରେ ବିଶ୍ବ ହିନ୍ଦୁ ପରିଷଦର ବରିଷ୍ଠ ନେତା ପ୍ରବୀଣ ଭାଇ ତୋଗାଡ଼ିଆ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ମନ୍ଦିରରେ ପହଞ୍ଚି ସେ ପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ।

ଏହି ଅବସରରେ ସେ ବେଢ଼ା ପରିକ୍ରମା କରି ମା’ ପାର୍ବତୀ ଓ ମା’ ଭୁବନେଶ୍ୱରୀଙ୍କ ପୂଜା କରିଥିଲେ। ଶ୍ରୀଲିଙ୍ଗରାଜ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନାରେ ସେ ପ୍ରାୟ ୨୦ ମିନିଟ୍ ବିତାଇବା ପରେ ମନ୍ଦିରର ଦର୍ଶନାର୍ଥୀ ଖାତାରେ ସ୍ବାକ୍ଷର କରି ଫେରିଥିଲେ।

ସମ୍ବନ୍ଧିତ ଖବର